Connect with us

ଓଡିଶା

ପୁଣି ୮ଜଣଙ୍କ ମୃତଦେହ ଠାବ

ସାଙ୍କେତିକ ଚିତ୍ର

ପୁଣି ୮ଜଣଙ୍କ ମୃତଦେହ ଠାବ
ଗଜପତି,୧୫ା୧୦ : ରାଜ୍ୟରେ ଆସିଥିବା ବାତ୍ୟା ଓ ବନ୍ୟା ଚାଲିଯାଇଛି, ହେଲେ ଗଜପତି ଜିଲ୍ଲାବାସୀଙ୍କୁ ଦେଇଯାଇଛି ଦାରୁଣ ଦୁଃଖ । ଦିନକୁ ଦିନ ଏଠାରେ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । ଏହି ବିପର୍ଯ୍ୟୟର କରାଳ ରୂପ ଦେଖିଛି ରାୟଗଡ଼ ବ୍ଲକ । ଆଜି ଆହୁରି ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ରାୟଗଡ଼ ବ୍ଲକ କଇଁପୁର ପଞ୍ଚାୟତରେ ୭ ଓ ଲକ୍ଷ୍ମୀପୁରରେ ଜଣଙ୍କ ଗଳିତ ଶବ ଦେହକୁ ଉଦ୍ଧାର କରାଯାଇଛି । ଏନେଇ କଇଁପୁର ପିଇଓ ଓ ସରପଞ୍ଚ ପୋଲିସ ନିକଟରେ ସୂଚନା ଦେଇଥିବା ଜଣାପଡିଛି ।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ କଇଁପୁର ପଞ୍ଚାୟତରେ ବାତ୍ୟା ବେଳେ ୧୫ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ପ୍ରାଣ ହରାଇଛନ୍ତି । ଯେଉଁମାନଙ୍କ ମୃଦ ଦେହକୁ ଆଜି ଉଦ୍ଧାର କରାଯାଇଛି । ସେହିପରି ଲକ୍ଷ୍ମୀପୁରରେ ନିଖୋଜ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗଣ୍ଡାହାତୀରେ ୨ ଓ ଲାଇଲାଇରେ ୨ଜଣ ଏବେବି ନିଖୋଜ ଅଛନ୍ତି । ଏହି ଗ୍ରାମଗୁଡିକ ମହେନ୍ଦ୍ରଗିରି ପାହାଡ ଉପରେ ଓ ପାଦ ଦେଶରେ ରହିଥିବାରୁ ପାହାଡ ଧସି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା କରିଛନ୍ତି । ଅନ୍ୟପକ୍ଷରେ ମାଡା ଗାଁ ଓ ଓଲିଙ୍ଗରେ ୨ଜଣ ଲେଖାଏଁ ନିଖୋଜ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ରାୟଗଡ଼ ବ୍ଲକ ଗଙ୍ଗବାଡ ଗ୍ରାମରେ ୫ଟି ପରିବାର ୧୫ ବ୍ୟକ୍ତିଙ୍କ ପାହାଡ ଧସିବା କାରଣରୁ ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା