Connect with us

ଦେଶ

ପୁଣି ୧ କିଲୋମିଟର ଭିତରକୁ ପଶି ଆସିଲା ଚୀନ୍ ସେନା

ସାଙ୍କେତିକ ଚିତ୍ର

ପୁଣି ୧ କିଲୋମିଟର ଭିତରକୁ ପଶି ଆସିଲା ଚୀନ୍ ସେନା
ନୂଆଦିଲ୍ଲୀ,୧୫ା୧୦ : ଅରୁଣାଚଳପ୍ରଦେଶରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅତିକ୍ରମ କରି ଚୀନ୍ ସୈନ୍ୟମାନେ ଭାରତୀୟ କ୍ଷେତ୍ରର ପ୍ରାୟ ୧ କିଲୋମିଟର ଭିତରକୁ ପଶି ଆସିଥିଲେ । ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଚୀନ୍ ସୈନ୍ୟମାନେ ଏଭଳି କାଣ୍ଡ ଭିଆଇଥିଲେ । ଭାରତୀୟ ଯବାନଙ୍କ ବିରୋଧ ଓ ପ୍ରତିରୋଧ ପରେ ଚୀନ୍ ସୈନ୍ୟମାନେ ନିଜ ସୀମାକୁ ଫେରିଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ୨୦୧୭ ଜୁନ୍ ୧୬ରେ ଶିକ୍କିରେ ଡୋକଲାମଠାରେ ଭାରତ ଓ ଚୀନ୍ ସୈନ୍ୟ କ୍ରମାଗତ ୭୩ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ କୂଟନୈତିକ ସ୍ତରରେ ଆଲୋଚନା ଦ୍ୱାରା ଏହି ବିବାଦର ସମାଧାନ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଚୀନ୍ ସୈନ୍ୟମାନେ ୧୦ଦିନ ପୂର୍ବେ ଅରୁଣାଚଳ ଅନ୍ତର୍ଗତ ଦିବାଙ୍ଗ ଉପତ୍ୟକାର ଏକ କିଲୋମିଟର ଭିତରକୁ ପ୍ରବେଶ କରିଥିଲେ । ଭାରତୀୟ ସେନା ସେମାନଙ୍କୁ ସେମାନଙ୍କ ଅବସ୍ଥିତି ବିଷୟରେ ଅବଗତ କରିବା ପରେ ଚୀନ୍ ସୈନ୍ୟ ଫେରିଯାଇଥିଲେ । ଏହି ଘଟଣାକୁ ନେଇ କୌଣସି ତୁମ୍ବିିତୋଫାନ ହୋଇନାହିଁ ।

ଉଭୟ ପକ୍ଷ ଆପୋଷ ବୁଝାମଣା ଭିତରେ ଏହାର ସମାଧାନ କରିଛନ୍ତି । ଦୁଇଜଣ ପୂର୍ବତନ ସାମରିକ ଅଧିକାରୀ ପରାମର୍ଶ ଦେଇଛନ୍ତି ଯେ, ଉକ୍ତ ସ୍ଥାନରେ ଚୀନର ଗତିବିଧି ଯାହା ସେଥିରୁ ଆଗାମୀ ଦିନରେ ପୁନଃ ଡୋକଲାମ ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଉକ୍ତ ସୀମାନ୍ତ ଅଞ୍ଚଳରେ ନିଜର ଭିତ୍ତିଭୂମି ବିକାଶ କରିବା ଆବଶ୍ୟକ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ