Connect with us

ଖେଳ

ପୁଣି ପ୍ରଥମ ସ୍ଥାନକୁ ଉଠିଲେ ବିରାଟ l

ପୁଣି ପ୍ରଥମ ସ୍ଥାନକୁ ଉଠିଲେ ବିରାଟ l

ପୁଣି ପ୍ରଥମ ସ୍ଥାନକୁ ଉଠିଲେ ବିରାଟ
ଇଂଲଣ୍ଡ,୨୩ା୮ : ପୁଣି ଟେଷ୍ଟ ରା଼କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଚମକପ୍ରଦ ବ୍ୟାଟିଂ କରିଥିବାରୁ ତାଙ୍କୁ ମିଳିଛି ଏକ ନୂଆ ପୁରସ୍କାର । ଏହି ଅଧିନାୟକ ଦ୍ୱିତୀୟଥର ପାଇଁ ଟେଷ୍ଟ ରା଼କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ହେଉଛି ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିରୋଧରେ ଶତକ ଅର୍ଜନ କରିଥିବାରୁ ବିାରଟଙ୍କ ପାଇଁ ପୁରସ୍କାର ।

ଏହି ଟେଷ୍ଟରେ ସେ ଦୁଇଟି ପାଳିରେ ଯଥାକ୍ରମେ ୯୭ ଏବଂ ୧୦୩ ରନ୍ କରିଥିଲେ । ନଟିଂହାମ୍ ଟେଷ୍ଟ ପୂର୍ବରୁ ପ୍ରଥମ ଟେଷ୍ଟରେ ସେ ଦୁଇଟି ପାଳିରେ ୧୪୯ ଏବଂ ୫୧ ରନ୍ କରିଥିଲେ । ଫଳରେ ତାଙ୍କୁ ଏକ ନମ୍ବର ଟେଷ୍ଟ ମାନ୍ୟତା ମିଳିଥିଲା । ବର୍ତ୍ତମାନ କୋହଲି ୯୩୭ ପଏଣ୍ଟ ପାଇ ଇତିହାସର ୧୧ତମ ସର୍ବଶ୍ରେଷ୍ଠ ରେଟିଂ ହାସଲ କରିଛନ୍ତି । କିନ୍ତୁ ଲର୍ଡ୍ସରେ ଦ୍ୱିତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ପରେ କୋହଲି ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲେ । ସେହିପରି ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ତୃତୀୟ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି ।

ଏହି ସିରିଜରେ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ତିନୋଟି ମ୍ୟାଚରେ ୨ଟି ଶତକୀୟ ପାରି ସହ ୪୪୦ ରନ୍ କରି ସାରିଛନ୍ତି ବିରାଟ । ତାଙ୍କ ଆଭରେଜ୍ ମଧ୍ୟ ୭୩.୩୩ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ