Connect with us

ଓଡିଶା

ପୁଣି ଦାମ-ବିଷ୍ଣୁ ବାଦିପାଲା ଆରମ୍ଭ l

ପୁଣି ଦାମ-ବିଷ୍ଣୁ ବାଦିପାଲା ଆରମ୍ଭ l

ପୁଣି ଦାମ-ବିଷ୍ଣୁ ବାଦିପାଲା ଆରମ୍ଭ
ଭୁବନେଶ୍ୱର,୧୪ା୯: ବିଜେଡ଼ିରୁ ବହିଷ୍କୃତ ହୋଇଥିବା ଡା. ଦାମୋଦର ରାଉତ ଏବଂ ତାଙ୍କର ଚିରାଚରିତ ଦଳୀୟ ପ୍ରତିଦ୍ୱନ୍ଦୀ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବାଦିପାଲା ବର୍ତମାନ ଦଳୀୟ ରାଜନୀତିକୁ ଉଷ୍ମ କରୁଛି l

ଜଗତସିଂହପୁର ଜିଲ୍ଲାର ସଭାପତି ବିଷ୍ଣୁ ଦାସ ଦାମ ବାବୁଙ୍କୁ ବ୍ୟୋଙ୍ଗକ୍ତି କରି କହିଛନ୍ତି ଯେ, ସରକାରଙ୍କ ଦୁର୍ନୀତି ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ରାଜ୍ୟ ସାରା ବୁଲିବେ । ଏହା ଏକ ହାସ୍ୟାସ୍ପଦ । ଦାମବାବୁ ରାଜନୈତିକ ଜୀବନ ଆରମ୍ଭରୁ ଦୁର୍ନୀତିରେ ଲିପ୍ତ । ସେ ଆନ୍ନା ହଜାରେଙ୍କ ନାମ କଣ ଧରୁଛନ୍ତି, ଜୟପ୍ରକାଶଙ୍କ ନାମ ନିଅନ୍ତୁ । ସେଥିରେ ଯାଏ ଆସେ ନାହିଁ । ଆନ୍ନା କେଉଁଠି, ଦାମ ବାବୁ କେଉଁଠି । ଆନ୍ନା ସହିତ ସେ କଣ ସମାନ ? ଆନ୍ନା ଦୁର୍ନୀତିଗ୍ରସ୍ତ ନଥିଲେ ।ସେ ରାଜନୀତିରେ ଯୋଗଦେବା ପୂର୍ବରୁ ଚାକିରୀ କରୁଥିଲେ । ସିମେନ ଦୁର୍ନୀତିରେ ଧରା ପଡ଼ିଥିଲେ । ସେଥିରୁ ରକ୍ଷା ପାଇବା ପାଇଁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରତାପ ମହାନ୍ତିଙ୍କୁ ଧରି ବିଜୁ ବାବୁ ପାଖକୁ ଆସିଥିଲେ । ଏବଂ ଦଳରେ ଯୋଗ ଦେଇଥିଲେ ।

ଶ୍ରୀ ଦାସଙ୍କର ଅଭିଯୋଗକୁ ଖଣ୍ଡନ କରି କହିଲେ ଯେ, ସେ କଣ ଭିଜିଲାନ୍ସ ନିର୍ଦ୍ଦେଶକ ଥିଲେ ? ଓ ଦୁର୍ନୀତି କଥା ଜାଣି ପାରିଲେ? ୧୯୬୮ ମସିହରେ ପଶୁ ଚିକିତ୍ସା ପାଶ୍ କରିବା ପରେ ୬ ବର୍ଷ ଚାକିରି କରିଥିଲେ । ଇନଫରମେସନ ଅଫିସର ଭାବରେ ସେତେବେଳେ କାର୍ଯ୍ୟରତ ଥିଲେ । ୧୯୭୭ ମସିହାରେ ସେ ମନ୍ତ୍ରୀ ହୋଇଥିଲେ । ୧୯୭୪ ମସିହାରେ ଦୁର୍ନୀତି ଆସିଲା କେଉଁଠୁ ? ତାକୁ ସେ କହୁଛନ୍ତି । ସେ ବୟସରେ ଏବଂ ଅଭିଜ୍ଞତାରେ ମୋଠାରୁ ଯଥେଷ୍ଟ କମ୍ ।

ମେଟ୍ରିକ ପରୀକ୍ଷାରେ ପୁଅର ନମ୍ବରକୁ ବୃଦ୍ଧି କରିବା ଅଭିଯୋଗରେ ଧରାପଡ଼ିବା ପରେ ସେ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇଥିଲେ । ୧୯୮୫ ମସିହାରେ ସୋମନାଥପୁର ହାଟରେ ସେ ଗୁଲୁଗୁଲା ବିକ୍ରି କରୁଥିଲେ । ତାଙ୍କୁ ଆଣି ମୁଁ ଟିକଟ ଦିଆ କରିଥିଲି । ସେ କଣ ମୋ ସମ୍ପର୍କରେ କହିବେ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା