Connect with us

ଅପରାଧ

ପୁଣି ଚାଷ ଜମିରେ ବାରାହା ଉପଦ୍ରବ

ସାଙ୍କେତିକ

ପୁଣି ଚାଷ ଜମିରେ ବାରାହା ଉପଦ୍ରବ
ନୂଆପଡା, ନୂଆପଡା ଜିଲ୍ଲା ଖଡିଆଳର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ଧରି ବାରାହା ଉପଦ୍ରବ ଯୋଗୁଁ ଚାଷିଙ୍କ ଧାନ ଫସଲ ନଷ୍ଟ ହେଉଥିବା ନେଇ ଅଭିଯୋଗ ହୋଇଛି । ଆଜି ବ୍ଲକର ଡୁମେରବାହାଲ ଗ୍ରାମର ଚାଷି କେତନ ସିଂ ବାରିକଙ୍କ ଚାଷ ଜମିରେ ବାରାହା ପଲ ଆସି ଧାନ ଚାଷକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଶ୍ରୀ ବାରିକ ଖଡିଆଳ ବନାଂଚଳ ଅଧିକାରୀଙ୍କୁ ଅଭିଯୋଗ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

ସୂଚନା ଥାଉକି ଚଳିତ ବର୍ଷକୁ ମିଶାଇ ନୂଆପଡା ଜିଲ୍ଲା ସହ ଖଡିଆଳ ଅଂଚଳରେ ୪ ବର୍ଷ ଧରି ଲଗାତାର ମରୁୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷିଙ୍କ ମଧ୍ୟରେ ହତାଶାଭାବ ଦେଖାଦେଇଛି । ହେଲେ କିଛି ଚାଷି ସ୍ଥାନୀୟ ତିଖାଲି ଡ୍ୟାମରୁ ଜଳସେଚନ ଥିବା ଜମି ମାନଙ୍କରେ ଚାଷ କରୁଥିବା ବେଳେ ବାରାହା ପଳ ଦାଉ ସାଧୁଥିବାରୁ ଚାଷି ମହଲରେ ଭାଲେଣି ଦେଖାଦେଇଛି । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷିଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ