Connect with us

ଓଡିଶା

ପୁଣି ଚାଷୀଙ୍କୁ ଅଟକାଇଲା ପୋଲିସ

ସାଙ୍କେତିକ ଚିତ୍ର

ପୁଣି ଚାଷୀଙ୍କୁ ଅଟକାଇଲା ପୋଲିସ
ଭୁବନେଶ୍ୱର,୧୪ା୧୨ : ଚାଷୀଙ୍କ ପାଇଁ ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇବା ପାଇଁ ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କର୍ମକର୍ତା ରାଜଭବନ ଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ ନିକୋ ପାର୍କ ନିକଟରେ ଅଟକାଇଥିଲା । ଫଳରେ ଶତାଧିକ ଚାଷୀ ସେଠାରେ ବସି ରହିଛନ୍ତି ।

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶହ ଶହ ଚାଷୀ ରଘୁନାଥପୁର ଠାରୁ ପଦଯାତ୍ରାରେ ରାଜଭବନ ଆଡକୁ ଆସୁଥିଲେ । ପରେ ସଂଗଠନର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବଯସରରେ ଅକ୍ଷୟ କୁମାର କହିଛନ୍ତି ଯେ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହି ସମୟ ମଧ୍ୟ ଚାଷୀଙ୍କ ଦାବି ପୂରଣ ନହେଲେ ଫେବୃଆରୀ ୧ ତାରିଖ ର୍ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଯୋରଦାର କରାଯିବ । ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା