Connect with us

ଦେଶ

ପୁଣିହେଲା ଟଙ୍କାର ଅବନତି l

ପୁଣିହେଲା ଟଙ୍କାର ଅବନତି l

ପୁଣିହେଲା ଟଙ୍କାର ଅବନତି l
ନୂଆଦିଲ୍ଲୀ,୬ା୯ : କିଛିଦିନ ଧରି ଟଙ୍କା ମୂଲ୍ୟରେ ଅବନତି ପରିଲକ୍ଷିତ ହୋଇଛି । ଡଲାର ତୁଳନାରେ ଟଙ୍କା ସର୍ବନିମ୍ନ ସ୍ତରରେ ପହଂଚିଛି । ଗୁରୁବାର ଟଙ୍କା ମୂଲ୍ୟରେ ୩୭ ପଇସା ହ୍ରାସ ଘଟିଛି । ଏହି କ୍ରମରେ ଗୁରୁବାର ଏକ ଡଲାରର ମୂଲ୍ୟ ୭୨ ଟଙ୍କା ୧୨ ପଇସା ହୋଇଛି ।

ଗୁରୁବାର ସେୟାର ବଜାର କାରବାର ଆରମ୍ଭ ସମୟରେ ଏକ ଡଲାର ମୂଲ୍ୟ ୭୧ଟଙ୍କା ୬୬ ପଇସା ଥିଲା । କାରବାର ବଢ଼ିବା ସହ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା । ପ୍ରଥମ ଥର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତର ୭୨ ଟଙ୍କା ୧୨ ପଇସାରେ ବନ୍ଦ ହୋଇଛି । ମଙ୍ଗଳବାର ଡଲାର ମୂଲ୍ୟ ୭୧.୫୮ ଟଙ୍କା ଓ ବୁଧବାର ୭୧.୭୨ ଟଙ୍କା ଥିଲା । ଚଳିତ ବର୍ଷ ଅଗଷ୍ଟ ୧୫ରେ ପ୍ରଥମ ଥର ଡଲାର ମୂଲ୍ୟ ୭୦ ଟଙ୍କା ପାର କରିଥିଲା । ଏହାପରଠାରୁ ଡଲାର ମୂଲ୍ୟ ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଛି ।

ବୁଧବାର ଟଙ୍କା ମୂଲ୍ୟରେ ୧୭ ପଇସା ଏବଂ ଗୁରୁବାର ୩୭ ପଇସା ହ୍ରାସ ପାଇଛି । ଏହାପୂର୍ବରୁ ଟଙ୍କା ମୂଲ୍ୟ ୨୦୧୬ ନଭେମ୍ବର ୨୪ରେ ସର୍ବନିମ୍ନସ୍ତର ୬୮.୬୬, ୨୦୧୮ ଜୁନ୍ ୨୮ରେ ୬୯.୧୦, ଜୁଲାଇ ୨୦ରେ ୬୯.୧୨, ଅଗଷ୍ଟ ୧୩ରେ ୬୯.୯୩ରେ ରହିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ ଡଲାରର ଚାହିଦାରେ ବୃଦ୍ଧି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଏବଂ ବିଦେଶ ନିବେଶ ପ୍ରବାହରେ ହ୍ରାସ ଆଦି କାରଣ ଯୋଗୁଁ ଟଙ୍କା ଉପରେ ଚାପ ବଢ଼ିଛି । ଏହି ଚାପ ଆଉ କିଛିଦିନ ଧରି ଲାଗି ରହିବ ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବ ।

କେବଳ ଟଙ୍କା ହଂକଂ ଡଲାର, ମାଲେସିଆ ରିଙ୍ଗିଟ, ଥାଇଲାଣ୍ଡ ବାହାତ, ସିଙ୍ଗାପୁର ଡଲାର, ତାଇୱାନର ଡଲାର, ଦକ୍ଷିଣ କୋରିଆ ଓନ, ଚୀନ୍ ୟୁଆନ, କାନାଡା ଲଡାର, ଅଷ୍ଟ୍ରେଲିଆ ଡଲାର, ରୁଷ ରୁବେଲ, କୋଲୋମ୍ବିଆନ ପେସ୍କୋ ମୁଦ୍ରା ମୂଲ୍ୟରେ ଅବନତି ପରିଲକ୍ଷିତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ