Connect with us

ଓଡିଶା

ପିସିସି ସଭାପତିଙ୍କୁ ସିଧା ପ୍ରଶ୍ନ :- ୨ଗୋଷ୍ଠୀ ମୁହାଁ ମୁହିଁ

ସାଙ୍କେତିକ

ପିସିସି ସଭାପତିଙ୍କୁ ସିଧା ପ୍ରଶ୍ନରୁ ୨ଗୋଷ୍ଠୀ ମୁହାଁ ମୁହିଁ
ରାଉରକେଲା, ୨ ଫେବୃଆରୀ – ରାଉରକେଲାକୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଆଗାମୀ ୬ ତାରିଖ ଆସିବା ପୂର୍ବରୁ ଆଜି ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ବେଳେ ଜଣେ ୪୦ ବର୍ଷର ପୁରାତନ କର୍ମୀ ନିରଂଜନ ବାବୁଙ୍କୁ ସିଧା କଥା ପଚାରି ଦେବାରୁ ଦୁଇ ଗୋଷ୍ଠି ଭିତରେ ମୁହାଁ ମୁହିଁ ଭଳି ପରିସ୍ଥିତି ହୋଇଛି ।

ଖବରରୁ ପ୍ରକାଶ ଯେ, ଆଜି ସକାଳେ ପିସିସି ସଭାପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲାରେ ପହଁଚି ପାନ୍ଥନିବାସ ଠାରେ ରାହୁଲଙ୍କ ଗସ୍ତକୁ ନେଇ ଏକ କର୍ମୀ ବୈଠକ ଡାକିଥିଲେ । ସେଠାରେ ବିଭିନ୍ନ ନେତା ନିଜ ନିଜ ମତ ରଖୁଥିବା ବେଳେ ୪୦ ବର୍ଷର କର୍ମୀ ବାଦଲ ଶ୍ରୀଚନ୍ଦନ କହିବା ଲାଗି ଚାହିଁଥିଲେ ସୁଦ୍ଧା ତାଙ୍କୁ ସଭାପତି ରବି ରାୟ ସୁଯୋଗ ଦେଇ ନଥିଲେ । ପରେ ସଭାପତି ନିରଂଜନ ବାବୁ ବାଦଲ ବାବୁଙ୍କୁ ଇସାରା କରି କହିବା ବେଳେ ସେ ଉଠିପଡି କହିଥିଲେ, ଏଠାରେ ତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି । ତା ଛଡା ନିରଂଜନ ବାବୁ ନିଜେ ରାଉରକେଲାରେ ପ୍ରାର୍ଥୀ ହେବା ଲାଗି ରାହୁଲଙ୍କୁ ରାଉରକେଲାକୁ ଡାକିଛନ୍ତି କି? ବୋଲି ନିରଂଜନଙ୍କୁ ପ୍ରଶ୍ନ କରିବାରୁ ଦୁଇ ଗୋଷ୍ଠି ଉଠିପଡି ହାତା ହାତି ଯାଏ କଥା ଯାଇଥିବା କୁହାଯାଉଛି ।ଏତିକି ବେଳେ ରାଉରକେଲା ସଭାପତିଙ୍କ ଦୁଇ ସମର୍ଥକ ବାଦଲ ବାବୁଙ୍କୁ ଆକ୍ରମଣ ଲାଗି ଟଣାଓଟରା କରିଥିବା ନେଇ ବାଦଲ ବାବୁ ଅଭିଯୋଗ କରିଛନ୍ତି ।

ପରେ ଏହାକୁ ନେଇ ପିସିସି ସଭାପତି କହିଛନ୍ତି ଯେ, ରାହୁଲଙ୍କ ଗସ୍ତକୁ ନେଇ କର୍ମୀ ମାନେ ଖୁସିଥିବାର ଏହା ଏକ ଝଲକ । ତେବେ ୪୦ ବର୍ଷ ପୁରୁଣା କଂଗ୍ରେସ କର୍ମୀ ବାଦଲ ବାବୁ ଯେଉଁ ଅଭିଯୋଗ ଜିଲ୍ଲା ସଭାପତିଙ୍କ ବିରୋଧରେ ଆଣିଛନ୍ତି ସେଥିରେ ସତ୍ୟତା ନାହିଁ ବୋଲି ରବି ରାୟ ପ୍ରକାଶ କରିଛନ୍ତି । ଆଜି ଏହି ଖବର ପ୍ରଚାରିତ ହେବା ପରେ ରାହୁଲଙ୍କ ଆସିବା ନେଇ ମିଟିଂରେ ଯଦି ଏଭଳି ସ୍ଥିତି ହୁଏ, ତେବେ ଆଗକୁ ଆଉ କଣ ନହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା