Connect with us

ଓଡିଶା

ପିପିଲିର ଦଳିତ ଝିଅ ମୁଖ୍ୟମନ୍ତ୍ରୀଙ୍କ ମହିଳା ସମ୍ମାନ ତାଲିକାରେ ସାମିଲନୁହଁନ୍ତି କି?: ଧର୍ମେନ୍ଦ୍ର ପ୍ରଧାନ

ସାଙ୍କେତିକ

ପିପିଲିର ଦଳିତ ଝିଅ ମୁଖ୍ୟମନ୍ତ୍ରୀଙ୍କ ମହିଳା ସମ୍ମାନ ତାଲିକାରେ ସାମିଲନୁହଁନ୍ତି କି?: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ପିପିଲିର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହିବା ଦୁଃଖ ଦାୟକ ଓ ହୃଦୟବିଦାରକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ୨୫ କିଲୋମିଟର ଦୂରରେ ଗଣଦୁଷ୍କର୍ମ ପରେ ମୃତ୍ୟ ଘଟିଥିବା ଝିଅର ଦୋଷୀକୁ ଦଣ୍ଡ ଦେବାରେ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ତଥ୍ୟ ପ୍ରମାଣ ଉପସ୍ଥାପନ ନକରି ଖସାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ବୀର କାନ୍ଦଣା କାନ୍ଦୁଥିବା ବେଳେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରେ ଆସୁଛନ୍ତି କି ନାହିଁ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାହାର କରିଥିଲେ ।

ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ । ଏବେବି ସାକ୍ଷ୍ୟ ପ୍ରମାଣ ନଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡିତାର ପରିବାର ଗଣମାଧ୍ୟମ ଆଗରେ ଅଭିଯୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ପ୍ରତି ସାମାନ୍ୟ ସମ୍ମାନ ଥିଲେ ମାମଲାର ତଦନ୍ତ ସିବିଆଇକୁ ତୁରନ୍ତ ଦେଇ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା