Connect with us

ଓଡିଶା

‘ପିଠା’ ଯୋଜନାର ସମୀକ୍ଷା ବୈଠକ

ସାଙ୍କେତିକ ଚିତ୍ର

‘ପିଠା’ ଯୋଜନାର ସମୀକ୍ଷା ବୈଠକ
ଭୁବନେଶ୍ୱର,୪ା୧୨ : ରାଜ୍ୟ ସରକାର ନୂଆ ଯୋଜନା ‘ପିଠା’କୁ ସଫଳ କରିବା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଚିବାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାକୁ ପଞ୍ଚାୟତସ୍ତରରେ ସଫଳ କରିବା ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ତିନି ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡିଓ ଏହି ଯୋଜନାର ସଫଳ କାର୍ଯ୍ୟକାରୀର ଦାୟିତ୍ୱ ଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋମବାର ସଚିବାଳୟରେ ଏକ ନୂଆ ଯୋଜନା ‘ପିଠା’ (ପିପଲ୍ସ ଏମ୍ପାୱାରମେଣ୍ଟ-ଏନେବ୍ଲିଙ୍ଗ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭ) ଘୋଷଣା କରିଥିଲେ । ସରକାରୀ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା, ସ୍ୱଚ୍ଛତା ଆଣିବା ଏବଂ ଲୋକଙ୍କୁ ସଶକ୍ତୀକରଣ କରିବା ଏହାର ଲକ୍ଷ୍ୟ । ସମସ୍ତ ହିତାଧିକାରୀ ‘ପିଠା’ ଯୋଜନାର ଫାଇଦା ଯେପରି ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଥ୍ରୀ-ଟି ଯୋଜନା (ଟେକ୍ନୋଲୋଜି, ସ୍ୱଚ୍ଛତା ଏବଂ ଟିମ୍ ୱାର୍କ ମଡେଲ) ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା