Connect with us

ଓଡିଶା

ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ସାଙ୍କେତିକ

ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା
ଭୁବନେଶ୍ୱର, ୩୧ ଜାନୁଆରୀ – ସ୍ଥାୟୀ ନିଯୁକ୍ତି ଦାବିରେ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖସ୍ଥ ଗାନ୍ଧିମାର୍ଗରେ ପ୍ରତିବାଦ ଓ ଧାରଣା ଆରମ୍ଭ ହୋଇଛି ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସର୍ବଶିକ୍ଷା ଅଭିଯାନ ଯୋଜନାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ୍ ଇନ୍ଷ୍ଟ୍ରକ୍ଟରମାନଙ୍କୁ ରାଜ୍ୟ ସରକାର ପୂର୍ଣ୍ଣ ଶିକ୍ଷକର ମାନ୍ୟତା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ପାର୍ଟ ଟାଇମ୍ ଇନ୍ଷ୍ଟ୍ରକ୍ଟରମାନଙ୍କ ଚାକିରୀ ସର୍ତାବଳୀ ଲାଗୁ କରିବା, ୨୧.୧୨.୨୦୧୬ରିଖ ଠାରୁ ପାର୍ଟ ଟାଇମ୍ ଇନ୍ଷ୍ଟ୍ରକ୍ଟରମାନଙ୍କୁ ଲାଗୁ କରାଯାଇଥିବା ମାସିକ ପାରିଶ୍ରମିକ ପୁନଃ ଲାଗୁ କରି ୧୨ ମାସର ବେତନ ତୁରନ୍ତ ପ୍ରଦାନ କରିବା ଆଦି ଦାବି ନେଇ ସର୍ବଶ୍ରୀ ଆରତୀ ଆଚାର୍ଯ୍ୟ, ବିଜୟ ଓଝା, ଅଶୋକ ବରାଳ ପ୍ରମୁଖଙ୍କ ମିଳିତ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ଧାରଣାରେ ଓଡ଼ିଶା କଳା ଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ମହାପାତ୍ର, ଚାରୁ ଚିତ୍ରକଳା ସଂଘର ଜୟନ୍ତ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟରେ କଳା ଓ ସଂସ୍କୃତିର ବିକାଶ ପାଇଁ ତୃଣମୂଳସ୍ତରରେ ନିଷ୍ଠାର ସହ ଶିକ୍ଷାଦାନ କରୁଥିବା କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଦାସ, ଆରତୀ ଆଚାର୍ଯ୍ୟ , ଦିବ୍ୟରଞ୍ଜନ ସ୍ୱାଇଁ ପ୍ରମୁଖ ଏହି ପ୍ରତିବାଦ ଧାରଣାର ନେତୃତ୍ୱ ନେଇଥିବା ବେଳେ ଦାବୀ ପୂରଣ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା