Connect with us

ଆଞ୍ଚଳିକ

ପାଣିକୋଇଲି ଠାରେ ମେଡ଼ିକାଲ କଲେଜ ଦାବି ନେଇ ଗଣଧାରଣା ୬୮ଦିନରେ

ସାଙ୍କେତିକ

ପାଣିକୋଇଲି ଠାରେ ମେଡ଼ିକାଲ କଲେଜ ଦାବି ନେଇ ଗଣଧାରଣା ୬୮ଦିନରେ
କ୍ରିୟାନୁଷ୍ଠାନ କମିଟିକୁ ଜାନୁଆରୀ ୨୫ ସ୍ୱାସ୍ଥ୍ୟ ସଚିବଙ୍କ ଶୁଣାଣୀ ପାଇଁ ଡାକରା
କୋରେଇ, – ପାଣିକୋଇଲିରେ ମେଡିକାଲ କଲେଜ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ଶାନ୍ତିପୂର୍ଣ୍ଣ ଗଣଧାରଣା ୬୮ ଦିନରେ ପହଂଚିଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ କ୍ରିୟାନୁଷ୍ଠାନ କମିଟିର ଅଭିଯୋଗ ଉପରେ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀ ଆଇନଜିବୀ ଚନ୍ଦ୍ରଶେଖର ପଣ୍ଡା ଓ ବିବେକାନନ୍ଦ ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ତଦନୁଯାୟୀ ଜାନୁଆରୀ ୨୫ ତାରିଖରେ ନିଜର ପକ୍ଷ ରଖିବାକୁ କ୍ରିୟାନୁଷ୍ଠାନ କମିଟିକୁ ସ୍ୱାସ୍ଥ୍ୟ ସଚିବଙ୍କ ପକ୍ଷରୁ ଡାକରା ଆସିଛି । ଫଳରେ ଜିଲ୍ଲାପାଳ ମିଛ କହୁଥିବା ପ୍ରମାଣିତ ହୋଇଛି । ମାମଲା ଆଉ ନାହିଁ ବୋଲି ଜିଲ୍ଲାପାଳ ଗଣମାଧ୍ୟମରେ ପ୍ରକାଶ କରିଥିଲେ । କେବଳ ଲୋକମାନଙ୍କୁ ବିଭ୍ରାନ୍ତି ଓ ଗଣଧାରଣାକୁ ଭଣ୍ଡୁର କରିବା ପାଇଁ ପ୍ରୟାସ କରାଯାଉଛି ।

୨ମାସ ଗଣଧାରଣା ବିତି ଯାଇଥିଲେ ମଧ୍ୟ ଧାରଣାକାରୀଙ୍କ ନିକଟରେ ଅବଧି ପ୍ରଶାସନ କି ଜନ ପ୍ରତିନିଧି ପହଂଚି ନାହିଁ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରଶାସନ ବା ଜନପ୍ରତିନିଧି ଆସୁନଥିବା ବେଳେ ଅଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜରୁରୀ ବୋଲି ଆଜି ଧାରଣାରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚାଲୁ ରହିଥିବାରୁ ଏହାକୁ ଭଣ୍ଡୁର କରିବାକୁ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଧାରଣାକାରୀଙ୍କୁ ବିଭିନ୍ନ ଭୟ ଦେଖାଇ ପ୍ରଭାବିତ କରୁଥିବା ଘଟଣାକୁ ନିନ୍ଦା କରାଯାଉଛି । ଯଦି ବୈଷୟିକ କମିଟି ଦ୍ୱାରା ତଦନ୍ତ କରାନଯାଏ ବା ମେଡ଼ିକାଲ କଲେଜକୁ ପାଣିକୋଇଲି ଠାରେ ନିର୍ମାଣ କରିବା ଦାବି ଶାନ୍ତିପୁର୍ଣ୍ଣ ଧାରଣା ସହିତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

କ୍ରିୟାନୁଷ୍ଠାନ କମିଟିର ଆବାହକ ଧରଣୀଧର ଘଡ଼ାଇ, ଯୁଗ୍ମ ଆବାହକ ସୁବାସ ଧଳ, ପ୍ରଫୁଲ୍ଲ ନାୟକ, ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ନାଗରିକ ମଂଚ ସଭାପତି ନୃସିଂହ ଦଳାଇ, ସମ୍ପାଦକ ସୁରେନ୍ଦ୍ର ରାୟ, ଚନ୍ଦ୍ରମଣୀ ସ୍ୱାଇଁ, ପୂର୍ଣ୍ଣାନନ୍ଦ ପରିଡା, ରାମଚନ୍ଦ୍ର ମଲ୍ଲିକ, ସୁଦର୍ଶନ ସାମଲ, ରତ୍ନାକର ପଣ୍ଡା, ଗୋକୁଳାନନ୍ଦ ମହାରଣା, ଡା.ନିର୍ମଳ ରଥ, ବିପିନ ଧଳ, ସେକ ଜହର ଅଲ୍ଲୀ, ଉପେନ୍ଦ୍ର ପାତ୍ର,ବସନ୍ତ ବେହେରା, ନାରାୟଣ ସାହୁ, ପ୍ରଭାକର ପଣ୍ଡା, ପଂଚାନନ ବେହେରା, ତାରିଣୀ ପଟ୍ଟନାୟକ, ଅରୁପାନନ୍ଦ ମଳ୍ଲ୍ିକ, ଶଶିକାନ୍ତ ମଲ୍ଲିକ, ପ୍ରତାପ ମଲ୍ଲିକ, ରବିନ୍ଦ୍ର ଘଡ଼ାଇ, ଶିବରାମ ପାତ୍ର, ବେଣୁଧର ସାମଲ, ବୈ÷ଷ୍ଣବ ପଣ୍ଡା, ସାଜିଦ ଖାଁ, ସେକ ଜାହାଙ୍ଗିର, ମଧୁସୂଦନ ରାଉତ, ପିତାମ୍ବର ନନ୍ଦ, ସୋମନାଥ ନାୟକ, ଗଣନାଥ ସାହୁ, ଇଂ ମାନସ ରାୟ, ବାବାଜି ସାହୁ, ମୋତିଲାଲ ପାଢୀଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ