Connect with us

ଓଡିଶା

ପାଟି ବନ୍ଦ ହେବନି : ନରସିଂହ ମିଶ୍ର

ସାଙ୍କେତିକ

ବିରୋଧୀ ଦଳ ନେତା ପଦ ଗଲେ ବି ପାଟି ବନ୍ଦ ହେବନି : ନରସିଂହ ମିଶ୍ର
ଭୁବନେଶ୍ୱର, ଦଳରୁ ଯିଏ ବି ଗଲେ ତାର ପ୍ରଭାବ ଦଳ ଉପରେ ପଡିବ ନାହିଁ ବୋଲି ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ପ୍ରକାଶ କରିଛନ୍ତି । ନବ ଦାସ ବା ଆଉ କିଏ ବିଧାୟକ ସେମାନଙ୍କ ପଦରୁ ଯାଆନ୍ତି , ବିରୋଧୀ ଦଳ ନେତା ମାନ୍ୟତା ହରାଇଲେ ମଧ୍ୟ ତାଙ୍କ ପାଟି ବନ୍ଦ ହେବ ନାହିଁ । ବିରୋଧୀ ଦଳ ମାନ୍ୟତା ଚାଲିଗଲେ କେବଳ ସରକାର ଦେଇଥିବା ଗାଡି ଓ ୨ ପିଅନ ଚାଲିଯିବେ । ଆଉ କିଛି ବଦଳିବ ନାହିିଁ । ଦଳରେ ରହିବା ନରହିବା ସମ୍ପୃକ୍ତ ବିଧାୟକଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କାଳିଆ ଯୋଜନା ପାଇଁ ଆକସ୍ମିକ ପାଣ୍ଠିରୁ ଯେଉଁ ଅର୍ଥ ନିଆଯାଇଛି ତାହା ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି । ଏହି ପାଣ୍ଠିରୁ ଟଙ୍କା ନେବା ପାଇଁ ରାଜ୍ୟପାଳଙ୍କ ଅନୁମୋଦନର ଆବଶ୍ୟକତା ରହିଥିଲେ ହେଁ ସରକାର ତାହା କରିନାହାନ୍ତି । ଭୋଟ୍ ପାଇଁ ଶାସକ ଦଳ ଟଙ୍କା ବାଂଟିବା ଯୋଜନା କରିଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା