Connect with us

ଦେଶ

ପରଲୋକରେ ଅଜିଜ୍

ସାଙ୍କେତିକ ଚିତ୍ର

ପରଲୋକରେ ଅଜିଜ୍
ନୂଆଦିଲ୍ଲୀ,୨୭ା୧୧ : ୮୦ ଓ ୯୦ ଦଶନ୍ଧିରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇଥିବା ଗାୟକ ମହମ୍ମଦ ଅଜିଜଙ୍କ ଆଜି ପରଲୋକ ହୋଇଯାଇଛି । ୬୪ ବର୍ଷ ବୟସରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ, ମଙ୍ଗଳବାର ସେ ମୁମ୍ବାଇ ପହଂଚିଥିଲେ । ମାତ୍ର ଅପରାହ୍ନ ପ୍ରାୟ ୩ଟାରେ ତାଙ୍କର ସ୍ୱାସ୍ଥ ବିଗଡିଯାଇଥିଲା । ମହମ୍ମଦ ଅଜିଜଙ୍କ ଝିଅ ସାନା ପିତାଙ୍କ ମୃତ୍ରୁ ଖବର ଦେଇଛନ୍ତି ।

ସୂଚନାଥାଉ କି, ଘରକୁ ଫେରିବା ସମୟରେ ବିମାନ ବନ୍ଦରରେ ଅଜିଜଙ୍କ ହୃଦ ସମସ୍ୟା ଦେଖାଯାଇଥିଲା ଏବଂ ସେ ଅସୁସ୍ଥ ହୋଇପଡିଥିଳେ । ଏହାପରେ ଡ୍ରାଇଭର ତାଙ୍କୁ ନାନାବତୀ ହସ୍ପିଟାଲରେ ପହଞ୍ଚାଇଥିଲେ ଏବଂ ତାଙ୍କ ଝିଅକୁ ଏହାର ସୂଚନା ଦିଆଯାଇଥିଲା । ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ । ୧୯୫୪ ଜୁଲାଇ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଅଜିଜ୍ ଜନ୍ମ ଗ୍ରହଣ କରିଥିଲେ । ଅଜିଜ୍ ହିନ୍ଦୀ ଫିଲ୍ମ ବ୍ୟତୀତ ବଙ୍ଗଳି, ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାର ଫିଲ୍ମରେ ଗୀତ ଗାଇଛନ୍ତି । ଅଜିଜ୍ ମହମ୍ମଦ ରଫିଙ୍କ ବହୁତ ବଡ ପ୍ରଶଂସକ ଥିଲେ । ଅନୁ ମଲିକ ବଲିଉଡରେ ତାଙ୍କୁ ବ୍ରେକ୍ ଦେଇଥିଲେ । ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ର ଟାଇଟଲ ସଙ୍ଗ ‘ମୈ ହୁଁ ମର୍ଦ ତାଙ୍ଗେ ୱାଲା’ରୁ ଅଜିଜ ରାତାରାତି ତାରକା ପାଲଟି ଯାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଅଜିଜ୍ ଅନେକ ଫିଲ୍ମରେ ହିଟ୍ ଗୀତ ଗାଇଛନ୍ତି । ବିଶେଷକରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜର ସୁମଧୁର ସ୍ୱରରେ ବହୁ ମନଛୁଆଁ ଗୀତ ଉପହାର ଦେଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ମହମ୍ମଦ ଅଜିତ ବହୁ ଓଡ଼ିଆ ଭଜନ ଓ ଆଲବମ ଗୀତରେ କଣ୍ଠଦାନ କରିଛନ୍ତି । ପ୍ରଥମେ ସେ ୧୯୮୫ ମସିହାରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରରେ ‘ରୂପା ଶଗଡିରେ ସୁନା କନିଆ’ ଗୀତ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ଏହାପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ଗାଇଥିବା ଅନେକ ଗୀତ ସୁପରହିଟ୍ ମଧ୍ୟ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ