Connect with us

ଅପରାଧ

ନୟାଗଡ କଲେଜ ସମ୍ମୁଖରେ ଛୁରାମାଡ , ଛାତ୍ର ଆହତ

ସାଙ୍କେତିକ

ନୟାଗଡ କଲେଜ ସମ୍ମୁଖରେ ଛୁରାମାଡ , ଛାତ୍ର ଆହତ
ଭୁବନେଶ୍ୱର:- ନୟାଗଡ କଲେଜ ସମ୍ମୁଖରେ ଛାତ୍ରଙ୍କ ଛୁରାମାଡରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତ ଛାତ୍ର ଜଣକ ହେଲେ ପ୍ରକାଶ ବେହେରା । ଛୁରାମାଡ ଯୋଗୁଁ ତାଙ୍କ ପେଟରେ ଗଭୀର ଆଘାତ ଲାଗିଛି । ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଛୁରାମାଡ କରିଥିବା ଅଭିଯୁକ୍ତ ଛାତ୍ର ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି । ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି । ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟିଥିବା ପୋଲିସ୍ ଅନୁମାନ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ