Connect with us

ଦେଶ

ନୋଟବନ୍ଦୀ ନୁହେଁ, ରଘୁରାମ ରାଜନଙ୍କ ଯୋଗୁଁ ହ୍ରାସ ପାଇଥିଲା ବିକାଶ ଦର:- ନୀତି ଆୟୋଗ l

ନୋଟବନ୍ଦୀ ନୁହେଁ, ରଘୁରାମ ରାଜନଙ୍କ ଯୋଗୁଁ ହ୍ରାସ ପାଇଥିଲା ବିକାଶ ଦର:- ନୀତି ଆୟୋଗ l

ନୋଟବନ୍ଦୀ ନୁହେଁ, ରଘୁରାମ ରାଜନଙ୍କ ଯୋଗୁଁ ହ୍ରାସ ପାଇଥିଲା ବିକାଶ ଦର:- ନୀତି ଆୟୋଗ l

ନୂଆଦିଲ୍ଲୀ,୩ା୯ : ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ, ବିକାଶ ହାରରେ ହୋଇଥିବା ହ୍ରାସ ନୋଟବନ୍ଦୀ କାରଣରୁ ନୁହେଁ ବରଂ ଏହା ଏନପିଏ ସମସ୍ୟା କାରଣରୁ ହୋଇଛି । ଏଥିପାଇଁ ସେ ୟୁପିଏ ସରକାର ଓ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ନୀତିକୁ ଦାୟୀ କରିଛନ୍ତି । ନୋଟବନ୍ଦୀ କାରଣରୁ ବିକାଶ ହାର ହ୍ରାସ ପାଇଥିବା ଅଭିଯୋଗ ଉପରେ ରାଜୀବ କୁମାର କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଧାରଣା ।

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରି ବ୍ୟକ୍ତି ମଧ୍ୟ କହୁଛନ୍ତି ଯେ, ନୋଟବନ୍ଦୀ କାରଣରୁ ବିକାଶ ହାର ହ୍ରାସ ପାଇଛି । କିନ୍ତୁ ଏହା ଭୁଲ । ଯଦି ଆପଣ ତଥ୍ୟ ଦେଖିବେ ତେବେ ନୋଟବନ୍ଦୀ କାରଣରୁ ବିକାଶ ହାର ହ୍ରାସ ପାଇନାହିଁ ବରଂ ଛଅ ତ୍ରୈମାସିରୁ କ୍ରମାଗତ ତଳକୁ ଖସି ଚାଲିଥିଲା, ଯାହାର ଆରମ୍ଭ ୨୦୧୫-୧୬ ଦ୍ୱିତୀୟ ତ୍ରୈମାସରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଦେଶର ବିକାଶ ହାର ୯.୨ ପ୍ରତିଶତ ଥିଲା । ଏହାପରେ ପ୍ରତେକ ତ୍ରୈମାସରେ ଅଭିବୃଦ୍ଧି ହାର ହ୍ରାସ ପାଇ ଚାଲିଥିଲା । ଏହାଏକ ଟ୍ରେଣ୍ଡର ଅଂଶ ଥିଲା ଏବଂ ନୋଟବନ୍ଦୀ ଦ୍ୱାରା ଏହା ହୋଇନଥିଲା । ନୋଟବନ୍ଦୀ ଓ ବିକାଶ ଦରରେ ହ୍ରାସ ପାଇବା ମଧ୍ୟରେ ପ୍ରତ୍ୟେକ୍ଷ ସମ୍ବନ୍ଧ ଥିବା ଏହାର କୌଣସି ପ୍ରମାଣ ନାହିଁ ।

ରାଜୀବ କୁମାର ବିକାଶ ଦରରେ ହ୍ରାସ ପାଇଁ ଏନପିଏ ସମସ୍ୟା ଓ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଦାୟୀ କରି କହିଛନ୍ତି ଯେ, ଅଭିବୃଦ୍ଧି ହାରରେ ହ୍ରାସ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏନପିଏ ସମସ୍ୟା ବୃଦ୍ଧି କାରଣରୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ