Connect with us

ଆଞ୍ଚଳିକ

ନୂଆବର୍ଷ ଦିନ ରାତି ସାଢ଼େ ୧ଟାରେ ବଡ ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ

ସାଙ୍କେତିକ ଚିତ୍ର

ନୂଆବର୍ଷ ଦିନ ରାତି ସାଢ଼େ ୧ଟାରେ ବଡ ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ନୂତନ ବର୍ଷ ପାଳନ ଅବସରରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ନୂଆବର୍ଷ ପାଳନ କରିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିବା ଆରମ୍ଭ ହୋଇ ଯାଇଛି । ଦେଶୀ ପର୍ଯ୍ୟଟକମାନେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ବେଳେ ଶ୍ରୀମନ୍ଦିରରେ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ନୂଆବର୍ଷ ପାଇଁ ଶ୍ରୀଜିଉଙ୍କ ନୀତି ନେଇ ଏକ ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶନିବାର ଛତିଶା ନିଯୋଗ ବୈଠକରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା ନେଇ ଆଲୋଚନା ହୋଇଛି । ଡିସେମ୍ବର ୩୧ ରାତି ୯ଟା ୩୦ରେ ପହୁଡ ହେବ। ସହିତ ରାତି ୧ଟା ୩୦ରେ ସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯିବ । ନୂଆବର୍ଷରେ ଶ୍ରୀଜିଉମାନେ ଭକ୍ତଙ୍କୁ ରାତି ୧ଟା ୩୦ରେ ଦର୍ଶନ ଦେବେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଆରକ୍ଷୀ ଅଧୀକ୍ଷକ ଡ.ସାର୍ଥକ ଷଡଙ୍ଗୀ, ଛତିଶା ନିଯୋଗର ସଦସ୍ୟମାନେ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ପହିଲିଭୋଗ ନୀତି ଉପରେ ଚର୍ଚାହୋଇ ଚୂଡ଼ାନ୍ତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟଯେ , ନୂଆବର୍ଷ ଆଉ ମାତ୍ର ୧୫ ଦିନ ବାକି ଥିବାରୁ ଏବେଠାରୁ ଅଧିକାଂଶ ହୋଟେଲ ବୁକିଂ ଶେଷ ହୋଇଯାଇଛି । ସାଧାରଣ ସମୟରେ ଯେଉଁ ହୋଟେଲ ଗୁଡ଼ିକ ୧୦୦୦ ଟଙ୍କାରେ ମିଳୁଥିଲା ତାହା ୩ ରୁ ୪ ହଜାର ହୋଇଯାଇଛି । ସେହିପରି ଖାଇବା-ପିଇବା ସହିତ ଅନ୍ୟ ଜିନିଷର ଦରଦାମ ମଧ୍ୟ ବହୁଗୁଣ ବଢ଼ିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ