Connect with us

ଦେଶ

ନିର୍ଭୟା ହତ୍ୟାକାଣ୍ଡ :- ବିଳମ୍ବିତ ଦଣ୍ଡାଦେଶ

ସାଙ୍କେତିକ ଚିତ୍ର

ନିର୍ଭୟା ହତ୍ୟାକାଣ୍ଡ
ନୂଆଦିଲ୍ଲୀ,୧୩ା୧୨ : ଦେଶର ବହୁ ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ଅପରାଧୀମାନଙ୍କର ଦଣ୍ଡାଦେଶକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆଗତ ହୋଇଥିବା ଏକ ଯାଚିକାକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

ଆଇନଜୀବୀ ଆଲ୍ମଖ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଏହି ଯାଚିକା ଆଗତ କରି ଘଟଣାରେ ସମ୍ପୃକ୍ତ ମୁକେଶ, ପୱନ ଗୁପ୍ତା, ଭିନୟ ଶର୍ମା ଓ ଅକ୍ଷୟ ଚାରି ଅପରାଧିଙ୍କ ଦଣ୍ଡାଦେଶକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ । ଆଗତ କରିଥିବା ଏହି ଯାଚିକାରେ ଆଇନଜୀବୀ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, ଏହି ଅପରାଧୀମାନେ ସେମାନଙ୍କ ବିରୋଧରେ ହୋଇଥିବା ଦଣ୍ଡାଦେଶର ପୁନଃ ସମୀକ୍ଷା ପାଇଁ କରିଥିବା ଆବେଦନକୁ ଅଦାଲତ ଖାରଜ କରିବା ପରେ ଇତିମଧ୍ୟରେ ଦୀର୍ଘ ସାଢ଼େ ଚାରିମାସରୁ ଅଧିକ ସମୟ ଅତିବାହିତ ହୋଇ ସାରିଥିଲେ ସୁଦ୍ଧା ସେମାନଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯାଇନାହିଁ ।

ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହେବା ପରେ, ସେମାନଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏ ପ୍ରକାରର ଅହେତୁକ ବିଳମ୍ବ ଏକ ଖରାପ ପରମ୍ପରା ସୃଷ୍ଟି କରୁଛି । ଏହି କାରଣରୁ ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ଅନ୍ୟପକ୍ଷରେ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏ ପ୍ରକାରର ଅହେତୁକ ବିଳମ୍ବ ଅନ୍ୟ ଅପରାଧୀମାନଙ୍କୁ ଏଧରଣର ଅପରାଧରୁ ନିବୃତ୍ତ ରହିବା ପାଇଁ ଭୟଭୀତ ମଧ୍ୟ କରାଯାଇ ପାରୁନାହିଁ ବୋଲି ଆଇନଜୀବୀ ଶ୍ରୀବାସ୍ତବ ଆଗତ ଯାଚିକାରେ ଦର୍ଶାଇଥିଲେ । ତେବେ ସୁପ୍ରିମକୋର୍ଟ ଏହି ଯାଚିକାକୁ ଶୁଣାଣି ପାଇଁ ଗ୍ରହଣ କରିବା ପୂର୍ବରୁ ଖାରଜ କରି ଦେଇଛନ୍ତି ।

ସୂଚନାଥାଉ କି, ୨୦୧୨ ଡିସେମ୍ବର ୧୬ ତାରିଖ ମଧ୍ୟରାତ୍ରୀରେ ଦକ୍ଷିଣ ଦିଲ୍ଲୀରେ ଜନୈକା ୨୩ ବର୍ଷୀୟା ପାରା-ମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଏହି ୪ଜଣ ଅପରାଧୀ ଏକ ଚଳନ୍ତା ବସ୍ ମଧ୍ୟରେ ଗଣଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରି ରାସ୍ତା ଉପରେ ଫିଙ୍ଗି ଦେଇଥିଲେ । ସେତେବେଳେ ଏହି ଜଘନ୍ୟ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା ।

ଏହି ଘଟଣାରେ ସମ୍ପୃକ୍ତ ଏହି ୪ ଅପରାଧୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ