Connect with us

ଦେଶ

ନିର୍ବାଚନ ଫଳାଫଳ:- ବିଜେପି ହତାଶ ,କଂଗ୍ରେସରେ ଉତ୍ସାହ,ତେଲେଙ୍ଗାନା ଓ ମିଜୋରାମରେ ଆଞ୍ଚଳିକର ବାଜିମାତ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ,୧୧ା୧୨ : ଲୋକସଭା ନିର୍ବାଚନ ମହାସମର ପୂର୍ବରୁ କ୍ଷମତାର ସେମି ଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଦମଦାର ପ୍ରଦର୍ଶନ କରି ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାର୍ଟି ବିଜେପିକୁ ଛତିଶଗଡ଼ରେ ମାତ ଦେଇଥିବା ବେଳେ ରାଜସ୍ଥାନରେ ମଧ୍ୟ ସଂଖ୍ୟା ଗରିଷ୍ଠିତା ହାସଲ କରିଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ବିଜେପି ମଧ୍ୟର କଡା ମୁକାବିଲା ହୋଇଥିବା ସତ୍ୱେ କଂଗ୍ରେସ ଆଗୁଆ ରହିଛି । ମୋଦିଙ୍କ ରାଷ୍ଟ୍ରୟ ରାଜନୀତିରେ ଉଭୟ ପରେ ପ୍ରଥମ ସିଧାସଳଖ ଲଢ଼େଇରେ କଂଗ୍ରେସ ବିଜେପିକୁ ମାତ୍ ଦେବାକୁ ଯାଉଛି ।

ତଥାପି ମିଜୋରାମରେ କଂଗ୍ରେସକୁ ଝଟକା ଲାଗିଛି । ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ବହୁମତ ହାସଲ କରିବା ଦିଗରେ ଆଗକୁ ବଢ଼ୁଛି । ଅନ୍ୟପଟେ ତେଲେଙ୍ଗାନା ଟିଆରଏସ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଯାଇଛି । ପାର୍ଟି ଦୁଇ ତୃତୀୟାଂଶ ବହୁମତ ପାଇଁ ସରକାର ଗଠନ କରିବାକୁ ଯାଉଛି । ଏହି ନିର୍ବାଚନ ଫଳାଫଳ ସବୁ ଦଳ ପାଇଁ ଅନେକ ସଙ୍କେତ ନେଇକି ଆସିଛି । ଏହିସବୁ ସଙ୍କେତ ଆଗାମୀ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଅନେକ ନୂତନ ସମୀକରଣ ଓ ମେଣ୍ଟକୁ ଜନ୍ମ ଦେଇପାରେ । ପାଞ୍ଚଟି ରାଜ୍ୟରୁ ଖାସ୍ କରି ତିନୋଟି ହିନ୍ଦୀ ଭାଷାଭାଷି ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରିଣାମ କଂଗ୍ରେସ ପାଇଁ ସଞ୍ଜୀବନୀ ସଦୃଶ ରହିଛି । ଏହି ଫଳାଫଲ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳକୁ ପୂରା ଆତ୍ମବିଶ୍ୱାସ ଦେଇଛି ।

ଏହାସହିତ ମାୟାବତୀ, ଅଖିଳେଶ ଯାଦବ, ମମତା ବାନାର୍ଜୀ, ଶରଦ ପାୱାର, ଚନ୍ଦ୍ରବାବୁ ନାଇଡୁଙ୍କ ପରି କ୍ଷେତ୍ରୀୟ ଦଳ ସହିତ ପ୍ରଭାବୀ ଭାବେ ନିଜର ପ୍ରସ୍ତାବ ରଖି ପାରିବ । କାରଣ ଏପର୍ଯ୍ୟନ୍ତ ଦେଶରେ କଂଗ୍ରେସର ସ୍ଥିତି ସେତେଟା ସୁଦୃଢ଼ ନଥିବାରୁ ଦଳକୁ ଏହି ସବୁ କ୍ଷେତ୍ରୀୟ ଦଳ ସହିତ ସିଟ୍ ବଣ୍ଟନ କିମ୍ବା ମେଣ୍ଟ କରିବା ନେଇ ମୁଣ୍ଡ ନୁଆଁଇବାକୁ ପଡୁଛି । ମାତ୍ର ଏହି ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସର ମନୋବଳକୁ ସୁଦୃଢ଼ କରିଛି । ଅନ୍ୟପଟେ କଂଗ୍ରେସ ମୁକ୍ତ ଭାରତର ନାରା ଦେଉଥିବା ବିଜେପିକୁ ଲୋକସଭା ନିର୍ବାଚନ ପୂର୍ବରୁ ଜୋରଦାର ଝଟକା ଲାଗିଛି ।

ଯଦି ଏହି ଟ୍ରେଣ୍ଡ ଜାରି ରହି ଫଳାଫଳରେ ପରିଣତ ହୁଏ ତେବେ ବିଜେପିକୁ ନୂତନ ରଣନୀତି ଉପରେ କାମ କରିବାକୁ ପଡଇବ । ବିଜେପିର ମାଷ୍ଟ୍ରର ଷ୍ଟ୍ରୋକ କୁହାଯାଉଥିବା ପିଏମ୍ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଜୋରଦାର ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ଦୁଇଟି ରାଜ୍ୟରେ ପାର୍ଟି ପରାଜୟ ବରଣ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ