Connect with us

ଓଡିଶା

“ନବୀନ ସରକାର ଆଉ ବେଶୀ ଦିନ ନୁହେଁ’:- ଅମିତ ଶାହ l

"ନବୀନ ସରକାର ଆଉ ବେଶୀ ଦିନ ନୁହେଁ':- ଅମିତ ଶାହ l

ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧି ସଭାରେ ରଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ
“ନବୀନ ସରକାର ଆଉ ବେଶୀ ଦିନ ନୁହେଁ’
ପୁରୀ/ଭୁବନେଶ୍ୱର,୨୪ା୯ : ଓଡିଶାକୁ ବିକାଶରେ ଏକ ନମ୍ବର କରିବା ପରିବର୍ତେ ନବୀନ ପଟ୍ଟନାୟକଙ୍କର ଲମ୍ବା ଶାସନ ମହିଳା ବିରୋଧୀ ହିଂସାରେ ଓଡିଶାକୁ ଦେଶର ଆଗୁଆ ରାଜ୍ୟ କରିଛି । ରାଜ୍ୟରେ ନିର୍ବାଚିତ ଜନ ପ୍ରତିନିଧି ବଦଳରେ ରାଜ କରୁଥିବା ଅମଲାତନ୍ତ୍ର ବୁଝିବା ଦରକାର ରାଜ୍ୟରେ ନବୀନ ସରକାର ଚିରସ୍ଥାୟୀ ନୁହେଁ । ଏପରି ପରିସ୍ଥିତିରେ ଓଡିଶାର ଜନତା ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରି ବିଜେପିକୁ ଶାସନ ଭାର ଦେବାକୁ ମନ ପ୍ରସ୍ତୁତ କରି ସାରିଲେଣି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀ ଠାରେ ଦଳର ମହିଳା ମୋର୍ଚାର ଏକ ବିଶାଳ ପ୍ରତିନିଧି ସଭାକୁ ଉଦବୋଧନ ଦେଇ ଏହା କହିବା ସହ ନବୀନ ପଟ୍ଟନାୟକ ସରକାରକୁ ଉପାଡି ଫୋପାଡି ଦେବାକୁ ପୁଣି ଆହ୍ୱାନ କରିଛନ୍ତି । ମହିଳା ବିରୋଧୀ ହିଂସାରେ ଓଡିଶା ରେକର୍ଡ କରିଛି । ମହିଳା ବିରୋଧୀ ହିଂସା ରାଜ୍ୟରେ ୩୯ ପ୍ରତିଶତ ବଢିଛି । ମହିଳାଙ୍କୁ ଅସଦାଚରଣରେ ଓଡିଶା ଦେଶରେ ଏକ ନମ୍ବର, ଯୌତୁକ ନିର୍ଯ୍ୟାତନାରେ ଦେଶରେ ଚାରି ନମ୍ବର, ଗଣଦୁଷ୍କର୍ମରେ ପାଂଚ ନମ୍ବର, ଏସିଡ ମାଡରେ ଛଅ ନମ୍ବର ହୋଇଥିବା କାରଣରୁ ମହିଳା ମାନେ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ପ୍ରସ୍ତୁତ ହେଲେଣି । ଓଡିଶାର ଏହି ମହିଳା ଶକ୍ତିର ଏକାଠି ହେବା ନବୀନ ସରକାରଙ୍କ ପ୍ରତି ସତର୍କ ଘଂଟି ବୋଲି କହିଛନ୍ତି ଶ୍ରୀ ଶାହ ।
ଗୋଟିଏ ପଟରେ ମୋଦି ସରକାର ଗରୀବୀ, ବେରୋଜଗାରୀ ଓ ଅସୁରକ୍ଷା ହଟାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଅପର ପକ୍ଷରେ କଂଗ୍ରେସ ଓ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ମୋଦି ହଟାଓ ହିଁ ଗୋଟିଏ ଏଜେଣ୍ଡା ହୋଇ ରହିଛି । ସବୁ ପଂଚାୟତରୁ ମହିଳା ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏହି ସମାବେଶକୁ ସାରା ଦେଶରେ ସଂଗଠନାତ୍ମକ ଦୃଷ୍ଟିରୁ ସବୁଠୁ ବଡ ଉଦ୍ୟମ ବୋଲି ଶ୍ରୀ ଶାହ କହିଛନ୍ତି । ଜଣେ ଭାଇ କାର୍ଯ୍ୟକର୍ତା ହେଲେ ଦଳରେ ଜଣେ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଗୋଟିଏ ମା ବା ଭଉଣୀ ସାମିଲ ହେଲେ ସଂପୂର୍ଣ ପରିବାର ଦଳରେ ସାମିଲ ହୁଅନ୍ତି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା