Connect with us

ଓଡିଶା

ନବୀନ ନିବାସରେ ଦିଲ୍ଲୀପ ରାୟ , ମୁଖ୍ୟମନ୍ତ୍ରୀଙ୍କ ସହ କଲେ ରୁଦ୍ଧଦ୍ୱାର ବୈଠକ

image

ନବୀନ ନିବାସରେ ଦିଲ୍ଲୀପ ରାୟ , ମୁଖ୍ୟମନ୍ତ୍ରୀଙ୍କ ସହ କଲେ ରୁଦ୍ଧଦ୍ୱାର ବୈଠକ
– ଆସନ୍ତାକାଲି ବିଜେଡିରେ ମିଶିପାରନ୍ତି ଦିଲ୍ଲୀପ
ଭୁବନେଶ୍ୱର,୧୬ ମାର୍ଚ୍ଚ – ବିଜେପିରୁ ଇସ୍ତଫା ଦେଇଥିବା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଶନିବାର ସଂଧ୍ୟାରେ ନବୀନ ନିବାସରେ ପହଂଚିଛନ୍ତି । ଦିଲ୍ଲୀପ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି । ଆସନ୍ତାକାଲି ଦିଲ୍ଲୀପ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇପାରନ୍ତିି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ତେବେ ବିଜେଡିରେ ଯୋଗ ଦେବା ପରେ ସେ ବିଧାନସଭା ପ୍ରାର୍ଥୀ ହେବେ ନା ତାଙ୍କୁ ଲୋକସଭା କିମ୍ବା ରାଜ୍ୟ ସଭା ଟିକେଟ୍ ମିଳିବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଖବର ଲେଖାଯିବା ସୁଦ୍ଧା ଉଭୟଙ୍କ ମଧ୍ୟରେ ଆଲୋଚନା ଜାରୀ ରହିଥିବା ଜଣାପଡିଛି ।
ବିଜେପି ଛାଡିବା ପରେ ଦିଲ୍ଲୀପ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ନବୀନ ନିବାସରେ ଦିଲ୍ଲୀପଙ୍କ ଏଂଟ୍ରି ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ଦିଲ୍ଲୀପଙ୍କ ଘର ବାହୁଡା ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ଗତ ନଭେମ୍ବର ୩୦ରେ ଉଭୟ ଦିଲ୍ଲୀପ ଓ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପୂର୍ବରୁ ୨୦୦୨ ମସିହାରେ ଦିଲ୍ଳୀପକୁ ଦଳରୁ ବହିଷ୍କାର କରିଥିଲା ବିଜେଡି । ଆଲୋଚନା ହେଉଛି ଯେ ଦିଲ୍ଲୀପଙ୍କୁ ଦଳରେ ସାମିଲ କରି ତାଙ୍କୁ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଛି । ତେବେ ଦିଲ୍ଲୀପ ଯଦି ବିଜେଡିରେ ଯୋଗ ଦିଅନ୍ତି , ଅନ୍ୟତମ ହେଭିୱେଟ ନେତା ବିଜୟ ମହାପାତ୍ର ତାଙ୍କ ସହ ବିଜେଡିରେ ଯୋଗ ଦେବେ କି ନାହିଁ ତାହାକୁ ନେଇ ସସପେନ୍ସ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା