Connect with us

ଓଡିଶା

ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ବିଜେପି

ସାଙ୍କେତିକ ଚିତ୍ର

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ
ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ବିଜେପି
ଭୁୁବନେଶ୍ୱର,୨୧ା୧୧ : ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭାରେ ସଂକଳ୍ପ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ଓ ଭୋଟ ପାଇଁ ବାୟା ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି ଯେ, ରାଜ୍ୟର ମହିଳାଙ୍କୁ ବୋକା ବନାଇ ସେମାନଙ୍କ ଭୋଟ ହାତେଇବା ପାଇଁ ନବୀନ ପଟ୍ଟନାୟକ ଡ୍ରାମା କରୁଛନ୍ତି । ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ସଂରକ୍ଷଣ ମାମଲାରେ ବିନା ପ୍ରତିବଦ୍ଧତାରେ କେବଳ ପ୍ରତିଶ୍ରୁତିର ଧୁଆଁବାଣ ତିଆରି କରୁଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାଙ୍କ ସ୍ଥାନ ସଂରକ୍ଷଣ ମାମଲାରେ ଜଣେ ପାଖଣ୍ଡ ବା ହିପୋକ୍ରାଟ । ଯଦି ନବୀନଙ୍କ ତାଙ୍କର ସଂକଳ୍ପ ପ୍ରତି ନିଷ୍ଠା ଥାଆନ୍ତା ତା ହେଲେ ତାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ସଂଖ୍ୟାର ଦଶ ପ୍ରତିଶତରୁ କମ ମହିଳା ମନ୍ତ୍ରୀ ନ ଥାନ୍ତେ ।

ନବୀନଙ୍କ ୨୦ ଜଣିଆ ମନ୍ତ୍ରିମଣ୍ଡଳରେ କ୍ୟାବିନେଟରେ ଜଣେ ମନ୍ତ୍ରୀ ଓ ମନ୍ତ୍ରୀ ପରିଷଦରେ ମୋଟ ଦୁଇ ଜଣ ମହିଳାଙ୍କୁ କାହିଁକି ସାମିଲ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳା ମନ୍ତ୍ରୀ ଦ୍ୱୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭରସା କରି ଗୁରୁତ୍ୱପୂର୍ଣ ବିଭାଗ ଦେଇ ନାହାନ୍ତି । ଏହା ନବୀନ ପଟ୍ଟନାୟକଙ୍କ ମାନସିକତାକୁ ସ୍ପଷ୍ଟ କରୁଛି । ଲୋକସଭା ଓ ବିଧାନସଭାରେ ବିଜୁ ଜନତା ଦଳ କେବେ ୩୩ ପ୍ରତିଶତ ପ୍ରାର୍ଥୀ ମହିଳା ମାନଙ୍କୁ କରାଇଛି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ଶ୍ରୀ ପୁରୋହିତ କହିଛନ୍ତି ଯେ ୨୦୦୦ ମସିହାରେ ୮୪ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେଇଥିବା ବେଳେ ସେଥିରୁ ୯ ଜଣ ଥିଲେ ମହିଳା ପ୍ରାର୍ଥୀ । ୨୦୦୪ରେ ଏହି ପ୍ରାର୍ଥୀ ସଂଖ୍ୟା ସବୁଠୁ କମ୍ ୪ରେ ପହଂଚିଥିଲା ।

୨୦୧୪ରେ ୧୫ ମହିଳା ପ୍ରାର୍ଥୀ ଥିବା ବେଳେ ୨୦୦୯ରେ ଥିଲା ୮ ଜଣ । ମହିଳା ପ୍ରାର୍ଥୀଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଓ ପ୍ରତିବଦ୍ଧତା ଭିତରେ କଣ ଫରକ ଅଛି ତାହା ବେଶ ଅନୁମେୟ । ଓଡିଶାର ଲୋକସଭା ନିର୍ବାଚନରେ ୨୦୦୯ ମସିହାରେ ଜଣେ ବି ମହିଳା ପ୍ରାର୍ଥୀ ଦେଇ ନ ଥିଲା । ୨୦୧୪ରେ ୩ ଜଣ ଓ ୨୦୦୪ରେ ୨ ଜଣ ମହିଳା ପ୍ରାର୍ଥୀ ଦେବା ମୁଖ୍ୟମନ୍ତ୍ରୀଙ୍କ ମହିଳାଙ୍କ ପ୍ରତି କି ପ୍ରତିବଦ୍ଧତା । ରାଜ୍ୟରେ ମହିଳା ହିଂସା ହୁ ହୁ ହୋଇ ବଢି ଚାଲିଥିବା ବେଳେ ମାତ୍ର ୬.୨ ପ୍ରତିଶତ ଏଥିରେ କୋର୍ଟ କଚେରୀରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସିଂହ ଭାଗ ଅପରାଧୀ ଖସି ଯିବାରେ ସଫଳ ହେଉଛନ୍ତି । ୨୦୧୭ ମସିହାରେ ରାଜ୍ୟରେ ୨୨୨୧ ଟି ଧର୍ଷଣ ମାମଲା ପଂଜୀକୃତ ହୋଇଥିଲା ।

ରାଜ୍ୟରେ ନାବାଳିକା ଦୁଷ୍କର୍ମ ମାମଲା ଉଦବେଗଜନକ ପରିସ୍ଥିତିରେ ଥିବା ଖୋଦ ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ଏପରି ପରିସ୍ଥିତିରେ ନବୀନ ପଟ୍ଟନାୟକ ମହିଳା ମାନଙ୍କ ସ୍ୱାର୍ଥରେ କଥା କହିବା ଶହେ ମୂଷା ଖାଇ ବିଲେଇର ତୀର୍ଥ ଯାତ୍ରା ସହ ସମାନ ବୋଲି କହିଛନ୍ତି ଶ୍ରୀ ପୁରୋହିତ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା