Connect with us

ଓଡିଶା

ନବୀନଙ୍କର କେନ୍ଦୁଝର ଜିଲ୍ଲାର ୬ ଟି ନିର୍ବାଚନୀ ମଣ୍ଡଳିରେ ତୋଫାନୀ ନିର୍ବାଚନ ପ୍ରଚାର

ସାଙ୍କେତିକ

ନବୀନଙ୍କର କେନ୍ଦୁଝର ଜିଲ୍ଲାର ୬ ଟି ନିର୍ବାଚନୀ ମଣ୍ଡଳିରେ ତୋଫାନୀ ନିର୍ବାଚନ ପ୍ରଚାର
କେନ୍ଦୁଝର, ୧୭ ଏପ୍ରିଲ – ବୁଧବାର ଦିନ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ୬ଟି ନିର୍ବାଚନୀ ମଣ୍ଡଳୀ ରେ ତୋଫାନୀ ନିର୍ବାଚନ ପ୍ରଚାର କରୁଛନ୍ତି । ପ୍ରଥମେ ନବୀନ ପଟ୍ଟନାୟକ କରଞ୍ଜିଆ ନିର୍ବାଚନୀ ମଣ୍ଡଳିର ଠାକୁରମୁଣ୍ଡା ଠାରେ ନିର୍ବାଚନୀ ପ୍ରଚାର ପରେ କେନ୍ଦୁଝର ଜିଲ୍ଲାର ପାଟଣା ନିର୍ବାଚନି ମଣ୍ଡଳୀର ସାହାରପଡା ଠାରେ ପ୍ରଚାର କରିଥିଲେ । ପରେ ପରେ ପ୍ରାୟ ୧୨ .୧୫ ମିନିଟ ସମୟରେ ସଦର ନିର୍ବାଚନି ମଣ୍ଡଳୀର ପଦ୍ମପୁରଠାରେ ପହନ୍ଚି ବିଜେଡି ଦଳର ସାଂସଦ ଓ ବିଧାୟକଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ନବୀନ ତାଙ୍କର ସ୍ୱଳ୍ପ ଭାଷଣରେ ପ୍ରଥମେ ତାଙ୍କର ଚିରାଚରିତ ଢଙ୍ଗରେ ମୁଁ ଆପଣଙ୍କ ଜିଲ୍ଲାକୁ ଆସିଛି ଆପଣମାନେ ଖୁସି ତ ବୋଲି ପଚାରିବା ସହ ପରେ ପରେ ମୁଁ ବି ବହୁତ ଖୁସି ବୋଲି କହିଥିଲେ । ଏହାପରେ ଖରା ରେ ତାଙ୍କ ସଭାକୁ ଆସିଥିବାରୁ ସମସ୍ତ ଙଅକୁ ଧନ୍ୟବାଦ ଦେଇଥିଲେ । ଏହାପରେ ବିଜୁବାବୁଙ୍କର ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ନିଜର ଭାଷଣ ଆରମ୍ବ କରି ଚିରାଚରିତ ଭାବେ କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଥିଲେ । ଡିଏମଏଫ ଫଣ୍ଡ ଆମର ହକ ମୁଁ କେନ୍ଦ୍ର ସହ ଲଢି ଆଣିଛି । କେନ୍ଦୁଝରର ରିମୁଳି ଠାରୁ ରାଜାମୁଣ୍ଡାରୁ ପର୍ଯ୍ୟନ୍ତ ଜାତୀୟ ରାଜପଥ କେନ୍ଦ୍ରର ଅବହେଳା ଯୋଗୁ ହୋଇପାରୁ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ୨୦ ଲକ୍ଷ ଲୋକ ଙ୍କର ଭତା କାଟିଦେଲେ ହେଲେ ମୁଁ ଦେଉଛି ବୋଲି କହିଥିଲେ । ଷ୍ଟାଇପେଣ୍ଡ କାଟି ଦେଲେ ବୋଲି ଦୋଷାରୋପ କରିଥିଲେ ।

କାଳିଆ ଯୋଜନା କୁ ବିଜେପି ବନ୍ଦ କରିବାକୁ ଲାଗିଛି ଚକ୍ରାନ୍ତ କରୁଥିବା ଅଭିଯୋଗ କରିବା ସହ ମାତ୍ର ମୁଁ ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରି ପରିବେ ନାହି ବୋଲି ଆଦି କହି ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବ ଉଦ୍ୟମ କରିଥିଲେ । ପରେ ପରେ ନବୀନ ତେଲକୋଇ, ପରେ ପରେ ଘଷିପୁରା ନିର୍ବଚନ ମଣ୍ଡଳାର ଘଟଗାଁ ନିକଟସ୍ଥ ସାନମସିଣାବେଲା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଛେନାପଦି ଠାରେ ମଧ୍ୟ ନର୍ବାଚନ ପ୍ରଚାର କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା