Connect with us

ଓଡିଶା

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା

ସାଙ୍କେତିକ

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା
ଭୁବନେଶ୍ୱର,୮ା୧ : ଧାନର ଦର ବୃଦ୍ଧି ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ୨୯୩୦ ଟଙ୍କା କରିବା ଓ ୨୦ ବର୍ଷ ବୟସରୁ ପ୍ରତ୍ୟେକ ଚାଷୀକୁ ମାସିକ ଟ. ୫,୦୦୦/- ସୁରକ୍ଷା ଭତା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଭବନ ସାମ୍ନା ଧାରଣା ଦିଆଯାଇଥିଲା । ପରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ । ଏହି ଅବସରରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଅବସରରେ ଧାନ ଦର ବୃଦ୍ଧି ବାହାନାରେ ବିଜେଡିର ଦିଲ୍ଲୀ ରାଲିକୁ କଡ଼ା ସମାଲୋଚନା କରି କହିଥିଲେ ଯେ ଲୋକେ ଲୋକଙ୍କର କାମ କରିବାପାଇଁ ନିର୍ବାଚିତ ସରକାର ବାଛିଥାଆନ୍ତି । ରାଜ୍ୟରେ ବିଜେଡିକୁ ୪/୫ ଥର ଅକୁଣ୍ଠ ସମର୍ଥନ ଚାଷୀମାନେ ଦେଇଥିଲା ବେଳେ ଚାଷୀକୁ ସୁରକ୍ଷା ଭତା ଦେବାପାଇଁ ନବୀନ କୁଣ୍ଠିତ ହେଉଛନ୍ତି । ଦୀର୍ଘ ୯ ବର୍ଷ ଧରି ରାଜ୍ୟରେ ଚାଷୀ ପେନ୍ସନ୍ ଓ ଧାନ ଦର ନେଇ ସଂଗଠନ ଲଢ଼େଇ କରୁଛି । ମାତ୍ର ସରକାର ସୁରକ୍ଷା ଭତା ନ ଦେବାପାଇଁ କାଳିଆ ଯୋଜନା କରି ଓଡ଼ିଶାବାସୀଙ୍କୁ ଭୁତାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା