Connect with us

ଆମ ଖବର

ନଡିଆର ଉପକାରୀ ଗୁଣ

ସାଙ୍କେତିକ

ନଡିଆର ଉପକାରୀ ଗୁଣ
ନଡିଆର ଅନେକ ଉପକାରୀ ଗୁଣ ରହିଛି । ଉଭୟ ଧାର୍ମିକ ଏବଂ ଔଷଧୀୟ ଗୁଣ ଯୋଗୁ ଏହାକୁ ଭଗବାନଙ୍କଠାରେ ଭୋଗ ରୂପେ ବ୍ୟବହାର କରାଯାଇଥାଏ । ନଡିଆରେ ଭିଟାମିନ୍ ପୋଟାସିୟମ୍, ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ ଆଦି ପ୍ରଚୁର ମାତ୍ରାରେ ଭରି ରହିଛି । ନଡିଆ କେତେକ ରୋଗକୁ ଦୂର କରିବାରେ ମଧ୍ୟ ସହାୟକ ହୁଏ । ନଡିଆ କେତେକ ରୋଗକୁ ଦୂର କରିବାରେ ମଧ୍ୟ ସହାୟକ ହୁଏ । ନଡିଆ ଶରୀର ପାଇଁ ବହୁତ ଲାଭ ଦାୟକ । ତେଣୁ ନଡିଆକୁ କୌଣସି ପ୍ରକାରର ମଧ୍ୟ ବ୍ୟବହାର କରାଯାଇପାରିବ ।
• ନଡିଆରେ ଚର୍ବିଜାତୀୟ ଅଂଶ ନଥିବାରୁ ଏହାକୁ ଖାଇବା ଦ୍ୱାରା ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ ।
• ଅଧିକାଂଶ ଲୋକଙ୍କ ନାକରୁ ରକ୍ତସ୍ରାବ ହେବା ସମସ୍ୟା ରହିଛି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଞ୍ଚା ନଡିଆ ପାଣିକୁ ନିୟମିତ ପିଅନ୍ତୁ । ଯଦି ଖାଲି ପେଟରେ ନଡିଆକୁ ଖାଆନ୍ତି, ତେବେ ନାକରୁ ରକ୍ତ ବୋହିବା କମିଥାଏ ।
• ନଡିଆ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ । ଛୋଟ ଛୁଆଙ୍କୁ ନିୟମିତ ନଡିଆ ଖୁଆନ୍ତୁ ।
• ତ୍ୱଚା ପାଇଁ ମଧ୍ୟ ଏହା ବହୁ ଉପକାରୀ । ନଡିଆ ରସରେ କ୍ଷୀର ମିଶାଇ ଦିନକୁ ୨ଥର ମୁହଁରେ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ ।
• ସଠିକ୍ ନିଦ୍ରା ପାଇଁ ନିୟମିତ ନଡିଆ ଖାଆନ୍ତୁ ।
• ମୁଣ୍ଡ ବିନ୍ଧୁଥିଲେ, ନଡିଆ ତେଲ ସହିତ ବାଦାମ ଗୁଣ୍ଡକୁ ମିଶାଇ କେଶରେ ଲଗାନ୍ତୁ ।
• ରୂପି ସମସ୍ୟା ଦୂର କରିବା ପାଇଁ ନଡିଆ ତେଲ ସହ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ ।
• ଛୋଟ ଛୁଆମାନଙ୍କର ଅନେକ ସମୟରେ ପେଟରେ କୃମି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନଡିଆକୁ ଭଲ ଭାବେ ବାଟି ଗୋଟିଏ ଚାମୁଚ ଖୁଆନ୍ତୁ ।
• ନଡିଆ ତେଲ ସହ ଲେମ୍ବୁରସ କିମ୍ବା ଗ୍ଲିସେରିନ୍କୁ ମିଶାଇ ମୁହଁରେ ଲଗାଇଲେ ତ୍ୱଚାରେ ଥିବା ସମସ୍ତ ଦାଗ ଦୂର ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର