Connect with us

ଅପରାଧ

ନକ୍ସଲ ଦମନ ପାଇଁ ଭୁବନେଶ୍ୱରରେ ଓଡିଶା -ଆନ୍ଧ୍ର ଡିଜିଙ୍କ ସମନ୍ୱୟ ବୈଠକ

ସାଙ୍କେତିକ ଚିତ୍ର

ନକ୍ସଲ ଦମନ ପାଇଁ ଭୁବନେଶ୍ୱରରେ ଓଡିଶା -ଆନ୍ଧ୍ର ଡିଜିଙ୍କ ସମନ୍ୱୟ ବୈଠକ
ଭୁବନେଶ୍ୱର :- ନକ୍ସଲ ଦମନ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଶୁକ୍ରବାର ଏକ ସମନ୍ୱୟ ବୈଠକ ଆରମ୍ଭ ହୋଇଛି । ଡିଜି କ୍ୟାମ୍ପ୍ ଅଫିସ୍ ଠାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ , ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଉଚ୍ଚପଦସ୍ଥ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଅପରେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଛି ।

ମାଓ ଦମନ ସମ୍ପର୍କିତ ହୋଇଥିବା ଆଲୋଚନା ସଫଳ ହୋଇଛି । ମାଓବାଦୀ ମାନଙ୍କର ଚଳ ପ୍ରଚଳ ଓ ତାଙ୍କର ରଣ କୌଶଳ, ତଥ୍ୟ ଆଦାନ ପ୍ରଦାନ ଉଭୟ ରାଜ୍ୟ ମଧ୍ୟରେ କରାଯିବ । ତଳ ସ୍ତରରେ ଖୁବ୍ ଶୀଘ୍ର ବୈଠକ କରାଯିବ । ଆଗାମୀ ଦିନରେ ଦୁଇ ରାଜ୍ୟ ମଧ୍ୟରେ ତୃଣମୂଳ ସ୍ତରରେ ଆଲୋଚନା ହେବ । ଦୁଇ ରାଜ୍ୟ ମଧ୍ୟରେ ସମନ୍ୱୟ ଭଲ ରହିଲେ ମାଓବାଦୀଙ୍କୁ ମୁକାବିଲା କରିବାକୁ କୌଣସି ଅସୁବିଧା ହେବ ନାହିଁ । ମାଓ ଦମନ କଷ୍ଟକର ହେବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ