Connect with us

ଅପରାଧ

ଧର୍ମାନ୍ତରିକରଣର ଅଭିଯୋଗ ନାହିଁ : ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ସାଙ୍କେତିକ ଚିତ୍ର

ବେଲଟିକିରି ସେଲଟର ହୋମ୍ ରେ ଧର୍ମାନ୍ତରିକରଣର ଅଭିଯୋଗ ନାହିଁ : ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭୁବନେଶ୍ୱର :- ଢେଙ୍କାନାଳ ଜିଲ୍ଲା ବେଲଟିକିରି ଗୁଡ୍ ନିଉଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ସେଲଟର ହୋମରେ ଧର୍ମାନ୍ତରିକରଣର କୌଣସି ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିଲେ ତଦନ୍ତ କରାଯିବ ଏବଂ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତିି । ସେ କହିଛନ୍ତି ଯେ କେଉଁ କେଉଁ ସେଲଟର ହୋମ୍ ପଂଜୀକୃତ ହୋଇନାହିଁ ଓ କେବେ ଠାରୁ ଚାଲିଛି ତାର ତଦନ୍ତ ଚାଲିଛି । ସେସବୁ ସ୍ଥାନରେ କେତେ ଅନ୍ତେବାସିନୀ ରହୁଛନ୍ତି ତାର ଗଣନା କରାଯାଉଛି । ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ପଂଜୀକୃତ ହୋଇନଥିବା ସେଲଟର ହୋମ୍ ଗୁଡିକୁ ବାତିଲ କରାଯାଉ । ଧର୍ମାନ୍ତରୀକରଣ କରାଯାଉଥିବାର ତଥ୍ୟ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ବେଲଟିକିରିଘଟଣାର କ୍ରାଇମବ୍ରାଂଚ ତଦନ୍ତ କରାଯାଉ ବୋଲି ଚାଇଲ୍ଡ ଲାଇନ୍ ପକ୍ଷରୁ ଦାବି କରଯାଇଛି । ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ