Connect with us

ଖେଳ

ଦ.ଆଫ୍ରିକାକୁ ୫-୦ରେ ହରାଇଲା

ସାଙ୍କେତିକ ଚିତ୍ର

ପ୍ରଥମ ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ
ଦ.ଆଫ୍ରିକାକୁ ୫-୦ରେ ହରାଇଲା
ଭୁବନେଶ୍ୱର,୨୮ା୧୧ : ଦମଦାର ବିଜୟ ସହିତ ଭାରତୀୟ ହକି ଦଳ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟରେ ନିଜର ପ୍ରଥମ ମ୍ୟାଚରେ ଭାରତ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ସିମରନଜିତ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ସିଂହ, ଆକାଶ ଦୀପ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ କରି ଭାରତକୁ ବିଜୟୀ କରାଇଛନ୍ତି ।

ପୂରା ମ୍ୟାଚରେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା । ମ୍ୟାଚରେ ଭାରତ ଗୋଲ ବର୍ଷା କରିଥିଲା । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇଥିଲେ । ଏହି କ୍ରମରେ ଖେଳର ୧୦ମ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା । ଯାହାକୁ ମନଦୀପ ସିଂହ ସଫଳତାର ସହ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲା । ପ୍ରଥମ କ୍ୱାର୍ଟର ଖେଳ ଜାରି ରହିଥିବା ବେଳେ ଭାରତ ଦ୍ୱିତୀୟ ଗୋଲ ଦେଇଥିଲା । ୧୨ତମ ମିନିଟରେ ଆକାଶଦୀପ ସିଂହ ଚମତ୍କାର ଗୋଲ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହୋଇଥିଲା । ଭାରତକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ମିଳିଥିଲା । ମାତ୍ର ଦଳ ଏଥର ଗୋଲ ଦେବାରେ ସଫଳ ହୋଇନଥିଲା । ଦକ୍ଷିଣ ଆଫ୍ରିକା ଭାରତର ଆକ୍ରମଣକୁ ରୋକିବାରେ ସଫଳ ହୋଇଥିଲା ।

ଏହିପରି ଭାରତ ଦକ୍ଷିଣ ଆଫଇ୍ରକାର ଗୋଲ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା । ପୁରା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଉପରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା । ହାପ ଟାଇମ୍ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ଏହାପରେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହୋଇଥିଲା । ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲା । ମାତ୍ର ଦଳ ଏଥର ଗୋଲ ଦେବାରେ ସଫଳ ହୋଇନଥିଲା । ଦକ୍ଷିଣ ଆଫ୍ରକା ଭାରତର ଆକ୍ରମଣକୁ ରୋକିବାରେ ସଫଳ ହୋଇଥିଲା । ଏହିପରି ଭାରତ ଦକ୍ଷିଣ ଆଫଇ୍ରକାର ଗୋଲ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା । ପୂରା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଉପରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା । ହାପ ଟାଇମ୍ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଉଦ୍ୟମ କରିଥିଲା

। ଦ୍ୱିତୀୟ କ୍ୱାର୍ଟରର ଗୋଲଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ ଦେଇଥିଲା । ଏହି କ୍ୱାର୍ଟରରେ ଭାରତ ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା । ଦକ୍ଷିଣ ଆଫ୍ରିକାର ଗୋଲ ପୋଷ୍ଟ ଉପରକୁ ଦଳ ଘନ ଘନ ଆକ୍ରମଣ କରିଥିଲା । ୪୩ତମ ମିନିଟରେ ସିମରନଜିତ ସିଂହ ଦମଦାର ଗୋଲ ଦେଇ ଭାରତକୁ ୩-୦ରେ ଆଗୁଆ କରାଇଥିଲେ । ଏହି କ୍ରମରେ ୪୫ତମ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ଦେଇ ଭାରତକୁ ୪-୦ରେ ଅଗ୍ରଣୀ କରାଇଥିଲେ । ଏହିପରି ଦଳ ତୃତୀୟ କ୍ୱାର୍ଟରରେ ୪-୦ରେ ଆଗୁଆ ରହିଥିଲା ।

ଏହିକ୍ରମରେ ଚତୁର୍ଥ କ୍ୱାର୍ଟରରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ୪୬ତମ ମିନିଟରେ ସିମରନଜିତ ସିଂହ ମ୍ୟାଚରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଭାରତକୁ ୫-୦ରେ ଅଗ୍ରଣୀ କରାଇଥିଲେ । ଶେଷ ପର୍ଯ୍ୟନ୍ତ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ଶେଷରେ ଭାରତ ୫-୦ରେ ବିଜୟୀ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ