Connect with us

ଓଡିଶା

ଦ୍ୱିତୀୟ ଦିନରେ ୪ ଜଣ ବିଧାନସଭା ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ସାଙ୍କେତିକ

ଦ୍ୱିତୀୟ ଦିନରେ ୪ ଜଣ ବିଧାନସଭା ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର,୧୯ ମାର୍ଚ୍ଚ – ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ନିମନ୍ତେ ୧୪୬-ମାଲକାନଗିରି ବିଧାନସଭା ପାଇଁ ଜଣେ, ୧୩୨-ଗୋପାଳପୁର ବିଧାନସଭା ପାଇଁ ଜଣେ ଏବଂ ୧୩୩-ବ୍ରହ୍ମପୁର ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ସେମାନଙ୍କର ନାମାଙ୍କର ପତ୍ର ଦାଖଲ କରିଛନ୍ତି ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୧୯-ଆସ୍କା ଲୋକସଭା ଆସନ ପାଇଁ ଜଣେ ଏବଂ ୭୦- କଂଟାବାଞ୍ଜି ବିଧାନସଭା ଆସନ ପାଇଁ ଜଣେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଧାନସଭା ପାଇଁ ମୋଟ ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା