Connect with us

ଦେଶ

ଦେଶରେ ପରିବର୍ତ୍ତନର ସମୟ ଆସିଛି : ରାହୁଲ

ସାଙ୍କେତିକ ଚିତ୍ର

ଦେଶରେ ପରିବର୍ତ୍ତନର ସମୟ ଆସିଛି : ରାହୁଲ
ନୂଆଦିଲ୍ଲୀ,୧୧ା୧୨ : ଦେଶରେ ପରିବର୍ତ୍ତନ ସମୟ ଆସିଛି । ଏହି ପରିବର୍ତ୍ତନ ସହ କଂଗ୍ରେସର ଦାୟିତ୍ୱ ବଢ଼ିଛି । ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିଜୟ ପରେ ରାହୁଲ ଗାନ୍ଧି କହିଛନ୍ତି ଯେ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଆମେ ବିଜେପିକୁ ହରାଇଛୁ । ଏହା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବଡ ବିଜୟ । ତେଲେଙ୍ଗାନା ଏବଂ ମିଜୋରାମରେ ଜିତିଥିବା ଦଳଙ୍କୁ ଅଭିନନ୍ଦନ ଜଣାଉଛି ।

୩ ବଡ ରାଜ୍ୟରେ କଂଗ୍ରସର ବାଜିମାତ ହେଉଛି କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଜନତାଙ୍କ ବିଜୟ । ଏହାସହ ଇଭିଏମ୍କୁ ନେଇ କେବଳ ଭାରତରେ ନୁହେଁ ଆମେରିକା ସମେତ ବିଶ୍ୱର ଅନ୍ୟ ଦେଶରେ ବି ପ୍ରଶ୍ନ ଉଠୁଛି ବୋଲି ରାହୁଲ କହିଥିଲେ । ରାହୁଲ ଗାନ୍ଧି ପୁଣିଥରେ ବିରୋଧୀଙ୍କ ଏକତାର ଦାବି କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳଗୁଡିକ ଏକାଠି ଲଢ଼ିବେ ବୋଲି ସେ କହିଛନ୍ତି । ଏଥର ୨୦୧୯ ଲୋକସଭା ନିର୍ବାଚନରେ ଜିତିବା ପାଇଁ ବିଜେପିକୁ କଷ୍ଟକର ହେବ ବୋଲି ସେ କହିଛନ୍ତି । ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଓ ଯୁବକଙ୍କୁ ନିଯୁକ୍ତି ଦେବାରେ ଅସଫଳ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ପ୍ରକାଶଥାଉ କି, ତିନି ରାଜ୍ୟ ମଧ୍ୟରୁ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଗଠନର ସ୍ଥିତିରେ ରହିଛି । କେବଳ ମଧ୍ୟପ୍ରଦେଶରେ ବିଜପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ