Connect with us

ଆଞ୍ଚଳିକ

ଦେପୁର ସରପଂଚ ଜଗବନ୍ଧୁ ଦୁର୍ଗା ଅଯୋଗ୍ୟ ଘୋଷିତ

ସାଙ୍କେତିକ

ଦେପୁର ସରପଂଚ ଜଗବନ୍ଧୁ ଦୁର୍ଗା ଅଯୋଗ୍ୟ ଘୋଷିତ
ଭୁକଲୁ ବାଗ ନୂତନ ସରପଂଚ
କଲମପୁର, ୩୧ ଜାନୁଆରୀ – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ସରପଂଚ ଜଗବନ୍ଧୁ ଦୁର୍ଗା ଜୟପାଟଣା ସିଭିଲ ଜଜ୍ ଜୁନିୟର ଡିଭିଜନଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବାପରେ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ସରପଂଚ ପ୍ରାର୍ଥୀ ଭୁକଲୁ ବାଗଙ୍କୁ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ କଲମପୁର ବିଡିଓ ହେମସାଗର ଭୋଇ ବୁଧବାର ସଂଧ୍ୟାରେ ଦେପୁର ସରପଂଚ ଭାବେ ବିଧିବଦ୍ଧ ଘୋଷଣା କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ୨୦୧୭ ପଂଚାୟତ ନିର୍ବାଚନରେ ଜଗବନ୍ଧୁ ଦୁର୍ଗା ୧୩୪୪ ଭୋଟ୍ ପାଇ ୨୦୧୭ ଫେବୃଆରୀ ୨୩ ରେ ବିଧିବଦ୍ଧ ଭାବେ ଦେପୁର ସରପଂଚ ରୂପେ ଘୋଷିତ ହୋଇଥିଲେ । ତାଙ୍କ ନିକଟତମ ସରପଂଚ ପ୍ରାର୍ଥୀ ଭୁକଲୁ ବାଗ ୧୦୩୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଭୁକଲୁ ବାଗ ଜଗବନ୍ଧୁଙ୍କ ୨ଟି ସ୍ତ୍ରୀ ଏବଂ ୨ଟି ଝିଅ ଓ ଗୋଟିଏ ପୁଅ ଥିବା ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ୨୦୧୭ ମାର୍ଚ୍ଚ ୮ ତାରିଖରେ ଜୟପାଟଣା ସିଭିଲ ଜଜ୍ ଜୁନିୟର ଡିଭିଜନରେ ଅଭିଯୋଗ କରିଥିଲେ । ଭୁକଲୁ ବାଗଙ୍କ ଅଭିଯୋଗକୁ ଭିତିକରି କୋର୍ଟ ଇପି ୩/୨୦୧୭ ରୁଜ୍ଜୁ କରି ଜଗବନ୍ଧୁଙ୍କ ବିରୋଧରେ କରାଯାଇଥିବା ସମସ୍ତ ପ୍ରମାଣର ସତ୍ୟତା ଥିବା ଦର୍ଶାଇ ଶ୍ରୀମତୀ ବବିତା ପାତ୍ର ମାନ୍ୟବର ସିଭିଲ ଜଜ ଜୁନିୟର ଡିଭିଜନ ଜୟପାଟଣା ୨୦୧୮ ଡିସେମ୍ବର ୩ ତାରିଖରେ ଗ୍ରାମପଂଚାୟତ ଆଇନକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚିତ ଦେପୁର ସରପଂଚ ଜଗବନ୍ଧୁ ଦୁର୍ଗାଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ।
ସିଭିଲ ଜର୍ଜ ଜୁନିୟର ଡିଭିଜନ ଜୟପାଟଣାଙ୍କ ନିର୍ଦେଶ ପାଇବା ପରେ ଓଡିଶା ଗ୍ରାମପଂଚାୟତ ଆଇନ ୧୯୬୪ ଧାରା ୧୫ ଅନୁଯାୟୀ ନିର୍ବାଚନ ଅଧିକାରୀ ତଥା କଲମପୁର ବିଡିଓ ହେମ ସାଗର ଭୋଇ ବୁଧବାର ସଂନ୍ଧ୍ୟାରେ ଦ୍ୱିତୀୟ ସ୍ଥାନରେ ଥିବା ସରପଂଚ ପ୍ରାର୍ଥୀ ଭୁକଲୁ ବାଗଙ୍କୁ ଦେପୁର ସରପଂଚ ଭାବେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଫଳରେ ଭୁକଲୁଙ୍କ ସମର୍ଥକଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ