Connect with us

ଖେଳ

ଦୂତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ l

ଦୂତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ l

ଦୂତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ l
ଭୁବନେଶ୍ୱର,୩୧ା୮ : ଦୌଡରାଣୀ ଦୂତି ଚାନ୍ଦ ଦୁଇଟଇ ରୌପ୍ୟ ପଦକ ନେଇ ଶୁକ୍ରବାର ଓଡ଼ିଶା ମାଟିକୁ ଫେରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟରେ ପହଂଚିବା ପରେ ସେ ରାଜ୍ୟ ସଚିବାଳୟ ଗସ୍ତ କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୂର୍ବ ଘୋଷିତ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଦୂତିଙ୍କ ପ୍ରଶିକ୍ଷକ ଏନ୍ ରମେଶଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ଉଭୟଙ୍କୁ ସଫଳତାର ଶୁଭକାମନା ଜଣାଇଛନ୍ତି ।

ଆଜି ଆନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ଦୂତିଙ୍କୁ ତାଙ୍କ ଫ୍ୟାନ୍ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ଦୂତି ତାଙ୍କ ସଫଳତା ନେଇ କହିଥିଲେ ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଆଜି ମୁଁ ଭାରତ ତଥା ଓଡ଼ିଶାକୁ ଦୁଇ ଦୁଇଟି ରୌପ୍ୟ ପଦକ ଦେଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ରାଶି ପାଇଁ ମଧ୍ୟ ଦୂତୀ ଧନ୍ୟବାଦ ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋ ପାଇଁ ଲକି ଏବଂ ଭବିଷ୍ୟତରେ ମେଡାଲ ନେଇ ଦେଶକୁ ଗର୍ବିତ କରିବି ବୋଲି ଏହି ଅବସରରେ ଦୂତି କହିଥିଲେ ।

ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଆୟୋଜନ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବା ଯାଜପୁର ଝିଅ ଦୂତି ଚାନ୍ଦ ୨ଟି ରୌପ୍ୟ ପଦକ ଜିତିଛନ୍ତି । ଦୂତି ଚାନ୍ଦ ରକ୍ଷା ବନ୍ଧନ ଅବସରରେ ଏସୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ତାଙ୍କର ପ୍ରଥମ ପଦକ ଜିତିଥିବା ବେଳେ ମେଜର ଧ୍ୟାନ ଚାନ୍ଦଙ୍କ ୧୧୩ତମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସରେ ୨ୟ ରୌପ୍ୟ ପଦକ ଜିତିଛନ୍ତି । ଦୂତି ତାଙ୍କର ୨ୟ ରୌପ୍ୟ ପଦକ ୨୦୦ ମିଟରରେ ଜିତିଥିଲେ । ଆଥଲେଟିକ୍ସରେ ଭାରତକୁ ୨ଟି ପଦକ ଦେବାରେ ଦୂତି ଚାନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ