Connect with us

ଆଞ୍ଚଳିକ

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ସାଙ୍କେତିକ

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଶଙ୍କାରଖୋଲରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
କନ୍ଧମାଳ, ୩୧ ଜାନୁଆରୀ – ସଡକ ଦୁର୍ଘଟଣାରେ ଜଣେ ଯୋଗାଣ ସହାୟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲଠାରେ ଦିନ ତମାମ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାରୋକ କରାଯାଇଛି । ଅପରାହ୍ନ ପ୍ରାୟ ଦୁଇଟା ବେଳକୁ ପୁଲିସ ଓ ର୍ପ୍ରଶାସନିକ ଅଧିକାରୀ ମାନଙ୍କ ବୁଝାସୁଝା ପରେ ଲୋକେ ରାସ୍ତା ଅବରୋଧ ହଟାଇବା ସହ ପରିସ୍ଥିତି ସ୍ୱାଭାବିକ ହୋଇଛି ।

ଘଟଣାରୁ ପ୍ରକାଶ, ବୁଧବାର ସଂଧ୍ୟା ସମୟରେ ଯୋଗାଣ ସହାୟକ ଭାବେ କାମ କରୁଥିବା ଶଙ୍କରାଖୋଲର ପ୍ରଭାତ କୁମାର ସାହୁ ନିଜ ବାଇକ ଯୋଗେ ଟିକାବବାଲି ଆଡକୁ ଯାଉଥିବା ବେଳେ ପଂଚାୟତ କାର୍ଯ୍ୟାାଳୟ ଆଗରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ପ୍ରଭାତ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲେ ବି ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ଚିକିତ୍ସା ସମ୍ଭବ ନ ହେବାରୁ ପ୍ରଭାତଙ୍କୁ ବିଶାଖାପାଟଣା ପଠାଯାଇଥିଲା । ତେବେ ସେଠାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଭାତଙ୍କ ମୃତ୍ୟୁ ଖବର ଶଙ୍କାରାଖୋଲରେ ପହଂଚିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

ସକାଳୁ ସକାଳୁ ଗ୍ରାମବାସୀ ମାନେ ପ୍ରଭାତଙ୍କ ଶବକୁ ରାସ୍ତାରେ ରଖି ରାସ୍ତାରୋକ ଆରମ୍ଭ କରିଦେଇଥିଲେ । ଏଥିସହ ଶଙ୍କରାଖୋଲ ବଜାରରେ ମଧ୍ୟ ସମସ୍ତ ଦୋକାନ ବଜାର ଓ ସରକାରୀ ବେସରାକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ମୃତକଙ୍କ ପରିାବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ଚେକଗେଟ ଠାରୁ କଲେଜ ପର୍ଯ୍ୟନ୍ତ ରୋଡ ଡିଭାଇଇଡର ନିର୍ମାାଣ, ସରକାରି ମଦ ଦୋକାନ ବନ୍ଦ କରାଯିବା, ହମ୍ପସ ନିର୍ମାଣ ଭଳି ଦାବୀରେ ଦିନ ପ୍ରାୟ ୯ଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ କୌଣସି ଯାନ ବାହାନ ଚଳାଚଳ କରି ପାରି ନ ଥିଲା । ଖବର ପାଇ ଚକାପାଦ ବିଡିଓ ଅନିଲ ପଟ୍ଟନାୟକ, ତହସିଲଦାର ଶ୍ରୀନିବାସ ବେହେରା, ଟିକାବାଲି ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଜିଲା ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପପଡିଛି । ରାସ୍ତା ରୋକ ସମୟରେ କୌଣସି ଅପ୍ରିତିକର ଘଟଣା ଘଟି ନାହିଁ । ତେବେ ଲୋକଙ୍କ ଦାବୀ ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ କହିଛନ୍ତି । ଦୁର୍ଘଟଣା ମାମଲାରେ ଟିକାବାଲି ଥାନାରେ କେସ ନଂ ୬/୧୯ରେ ଏକ ମାମଲା ରୁଜୁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ