Connect with us

ବିଦେଶ

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଉଡାଣ କରୁଥିଲେ ଭାରତୀୟ ପାଇଲଟ

ସାଙ୍କେତିକ ଚିତ୍ର

ବିମାନ ଉଡାଣ କରୁଥିଲେ ଭାରତୀୟ ପାଇଲଟ
ନୂଆଦିଲ୍ଲୀ,୨୯ା୧୦ : ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରୁ ସୋମବାର ଉଡାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇଣ୍ଡୋନେସିଆର ଲାୟନ ଏୟାର ବୋଇଙ୍ଗ ୭୩୭ ବିମାନକୁ ଦିଲ୍ଲୀର ମୟୂର ବିହାରର ୩୧ ବର୍ଷୀୟ କ୍ୟାପଟେନ୍ ଭବ୍ୟ ସୁନେଜା ଉଡାଉଥିଲେ । ବିମାନ ୧୮୮ ଯାତ୍ରୀଙ୍କୁ ନେଇ ଜେଟି-୬୧୦ ଜାକାର୍ତ୍ତାରୁ ପଙ୍ଗକଲ ପିନାଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ଏଲକନ ପବ୍ଲିକ ସ୍କୁଲରୁ ପଢ଼ିଥିବା ଭବ୍ୟ ସୁନେଜା ୨୦୦୯ରେ ପାଇଲଟ ଭାବେ ଲାଇସେନ୍ସ ହାସଲ କରିଥିଲେ ।

ଏହାପରେ ସେ ଏମିରାଟ୍ସରେ ପ୍ରଶିକ୍ଷଣ ନେଇଥିଲେ । ସେ ସାତବର୍ଷ ପୂର୍ବେ ୨୦୧୧ରେ ଲାଇନ ଏୟାରରେ ଯୋଗ ଦେଇଥିଲେ । ଏଭିଏସନ ଓ ଡିଫେନ୍ସ ଏଡିଟର ତରୁଣ ଶୁକ୍ଳା କହିଛନ୍ତି ଯେ, ଉଡାଣ ସମୟରେ ତାଙ୍କ ସହିତ ସହାୟକ ପାଇଲଟ ହରୱିନ ଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଆଲୋଚନା ବେଳେ ଭବ୍ୟ ବିଷୟରେ ଉଲ୍ଲେଖ କରି ଏୟାରଲାଇନ୍ସ କମ୍ପାନୀର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମ ମଧ୍ୟରେ ଶେଷଥର ଜୁଲାଇ ମାସରେ କଥାବାର୍ତ୍ତା ହୋଇଥିଲା । ସେ ବହୁତ ଖୁସି ମିଜାଜର ବ୍ୟକ୍ତି ଥିଲେ । ବୋଇଙ୍ଗ -୭୩୭ ଉଡାଣରେ ତାଙ୍କର ବହୁତ ଭଲ ଅନୁଭବ ଥିଲା ।

ଏତେବର୍ଷ ଉଡାଣ ମଧ୍ୟରେ ତାଙ୍କ ସହିତ କୌଣସି ଦୁର୍ଘଟଣା ଘଟିନଥିଲା । ତାଙ୍କର ଭଲ ରେକର୍ଡକୁ ଦେଖି ଆମେ ତାଙ୍କୁ ଆମ ଟିମରେ ଆଣିବାକୁ ବହୁତ ଉତ୍ସାହିତ ଥିଲୁ । ତାଙ୍କର କେବଳ ଗୋଟିଏ ସର୍ତ୍ତଥିଲା ଯେ, ତାଙ୍କୁ ଦିଲ୍ଲୀରେ ପୋଷ୍ଟିଂ ଦିଆଯାଉ । କାରଣ ସେ ଦିଲ୍ଲୀର ବାସିନ୍ଦା ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ