Connect with us

ଦେଶ

ଦୁନିଆର ପଞ୍ଚମ ବଡ ପରମାଣୁ ଦେଶ ହୋଇପାରେ ପାକ୍ l

ଦୁନିଆର ପଞ୍ଚମ ବଡ ପରମାଣୁ ଦେଶ ହୋଇପାରେ ପାକ୍ l

ଭାରତ ପାଇଁ ବଡ ବିପଦ
ଦୁନିଆର ପଞ୍ଚମ ସବୁଠୁ ବଡ ପରମାଣୁ ଦେଶ ହୋଇପାରେ ପାକ୍
ନୂଆଦିଲ୍ଲୀ,୬ା୯ : ସାରା ଦୁନିଆର ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଟିକି ନିଖି ତଥ୍ୟ ରଖୁଥିବା ଫେଡେରସନ ଅଫ ଆମେରିକା ସାଇଣ୍ଟିଷ୍ଟ (ଏଫଏଏସ୍) ଏଜେନ୍ସି ନିଜର ଏକ ସଦ୍ୟତମ ରିପୋର୍ଟରେ ପାକିସ୍ତାନକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଛି । ରିପୋର୍ଟ ଅନୁସାରେ ପାକ୍ ଦୁନିଆର ପଞ୍ଚମ ସବୁଠୁ ବଡ ପରମାଣୁ ଅସ୍ତ୍ର ଶସ୍ତ୍ର ସମ୍ପନ୍ନ ଦେଶ ହେବାର ଦିଗରେ ଅଗ୍ରସର ହେଉଛି । ପାକ୍ ପାଖରେ ବର୍ତ୍ତମାନ ୧୪୦ରୁ ୧୫୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ଏବଂ ଯଦି ଏହା ବୃଦ୍ଧି ପାଏ ତେବେ ୨୦୨୫ ପର୍ଯ୍ୟନ୍ତ ପାକିସ୍ତାନ ପାଖରେ ୨୨୦ରୁ ୨୫୦ ପରମାଣୁ ଅସ୍ତ୍ରଶସ୍ତ୍ର ଥିବ ।

କୁହାଯାଉଛି ଯେ, ଏହା ପାକିସ୍ତାନର ଭାରତ ବିରୁଦ୍ଧରେ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତି ହୋଇପାରେ । ଏଫ୍ଏଏସ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ପାକ୍ ଦ୍ରୁତ ଗତିରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରୁଛି । ଏହି ମାମଲାରେ ପଡୋଶୀ ପାକ୍ ଭାରତକୁ ପଛରେ ପକାଇ ସାରିଛି । ଆମେରିକା ପ୍ରତିରକ୍ଷା ଗୁଇନ୍ଦା ବିଭାଗ ୧୯୯୯ରେ ପାକ୍ ପାଖରେ ୧୪୦ରୁ ୧୫୦ ପରମାଣୁ ଅସ୍ତ୍ରଶସ୍ତ୍ର ହେବାର ଆକଳନ କରିଥିଲା । ଗୁଇନ୍ଦା ବିଭାଗ ଏହା ମଧ୍ୟ ଆକଳନ କରିଥିଲା ଯେ, ୨୦୨୦ ବେଳକୁ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୬୦ରୁ ୮୦ ବୃଦ୍ଧି ପାଇବ ।

ଏଫ୍ଏଏସର ସଦ୍ୟତମ ରିପୋର୍ଟ ଅନୁସାରେ ଏହି ଗତିରେ ପାକିସ୍ଥାନ ବଢ଼ିଲେ ପରମାଣୁ ଅସ୍ତ୍ରଶସ୍ତ୍ର ମାମଲାରେ ପାକ୍ ଦୁନିଆର ପଞ୍ଚମ ସବୁଠୁ ବଡ ଦେଶରେ ପରିଣତ ହେବ । ରିପୋର୍ଟ ଅନୁସାରେ ପାକ୍ କ୍ରମାଗତ ପରମାଣୁ ବିତରଣ ପ୍ରଣାଳୀ, ଡେଲିଭରି ସିଷ୍ଟମ ସହିତ ପରମାଣୁ ଅସ୍ତ୍ରାଗାର ଓ କ୍ଷେପଣାସ୍ତ୍ର ସାମଗ୍ରୀର ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହିତ କରୁଛି ।

ଏହି ରିପୋର୍ଟ ଅନୁଯାୟୀ ପାକ୍ ଦ୍ୱାରା ଯେଉଁ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ ହେଉଛି ଏହା ଅଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ରଶସ୍ତ୍ର ବିଶିଷ୍ଟ କ୍ଷେପଣାସ୍ତ୍ର ବର୍ଗରେ ସାମିଲ ହୋଇଛି । ଏହି କ୍ଷେପଣାସ୍ତ୍ର ନିର୍ମାଣରେ ହିଁ ପାକିସ୍ତାନ ଅଧିକ କେନ୍ଦ୍ରଭୂତ ରଖିଛି । ଏଥିରୁ ବୁଝା ପଡୁଛି ଯେ,ପାକିସ୍ତାନ ମୁଖ୍ୟତଃ ଭାରତ ସହିତ ପରମାଣୁ ଯୁଦ୍ଧ ପାଇଁ ଏହି ସବୁ ପ୍ରସ୍ତୁତି ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ