Connect with us

ଓଡିଶା

ଦାରୁ ଚୟନର ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ ନିରପେକ୍ଷ ତଦନ୍ତ ହେଉ: ବିଜେପି

ସାଙ୍କେତିକ ଚିତ୍ର

ଦାରୁ ଚୟନର ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ ନିରପେକ୍ଷ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର,୧୫ା୧୧: ଟଙ୍କା ଦେଲେ ଦାରୁ ଚିହ୍ନଟ ହେବ , ଏଭଳି ବୟାନ ବିଶ୍ୱକର୍ମା କୃଷ୍ଣ ମହାରଣା ଦେବା ପରେ ରାଜ୍ୟସରକାରଙ୍କ ସମସ୍ତ ଗୁମର ପର୍ଦ୍ଦାଫାଶ ହୋଇଛି । ସାଢେ ୪ କୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କ ଦାରୁ ଚୟନ ନେଇ ଅର୍ଥ କାରବାର ହେବା ଏବଂ ପୋଲା ଦାରୁ ଆଣି ମା ସୁଭଦ୍ରାଙ୍କ ମୂର୍ତି ନିର୍ମାଣ କରିବା ଏବଂ ପରେ ଦାରୁ ବଦଳାଇବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଅ।।ଚାର୍ଯ୍ୟ  କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥଙ୍କ ବିରୁଦ୍ଧରେ ଏହା କେବଳ ଏକ ଧାର୍ମିକ ଆଘାତ ନୁହେଁ ବରଂ  ଅର୍ଥନୈତିକ ଏବଂ ଅପରାଧିକ ଷଡଯନ୍ତ୍ର ।

୧୮ ବର୍ଷ ଧରି ଶାସକ ବିଜେଡି ପ୍ରଭୃ ଜଗନ୍ନାଥକୁ ବିଭିନ୍ନ ବିବାଦରେ ଛନ୍ଦି ଚାଲିଛି ।  ନବ କଳେବର ଓ ବ୍ରହ୍ମ ବିଭ୍ରାଟକୁ ନେଇ ବହୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି । ରତ୍ନଭଣ୍ଡାର ଚାବି ହଜିବା ଏବଂ ହୁଣ୍ଡିରୁ ସୁନା ଗାଏବ ହେବା ପରେ ବି ମୁଖ୍ୟମନ୍ତ୍ରୀ ଚୁପ୍ ରହିଥିଲେ । ଗକକାଲି ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସବୁଠୁ ବଡ ସାଂଘାତିକ ତଥ୍ୟ ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ସାଢେ ୪ କୋଟି ଓଡିଆଙ୍କ ଆସ୍ଥା, ବିଶ୍ୱାସ ଏବଂ ସ୍ୱାଭିମାନର କେନ୍ଦ୍ର ପ୍ରଭୃ ଜଗନ୍ନାଥଙ୍କ ବିରୁଦ୍ଧରେ ଏକ ବିରାଟ ଷଡଯନ୍ତ୍ର ହୋଇଛି । ରାଜ୍ୟସରକାର ପୂର୍ବରୁ ଜନତାଙ୍କ ଠାରୁ ପିସି ଖାଉଥିଲେ ଆଉ ଏବେ ପ୍ରଭୃ ଜଗନ୍ନାଥଙ୍କୁ ବି ପିସିରୁ ବାଦ ଦେଲେ ନାହିଁ । ଗତ କିଛିଦିନ ତଳେ ଏ ଜାତିର ସଂସ୍କୃତି ଐତିହକୁ ନେଇ ସରକାର ତୁମ୍ବି ତୋଫାନ କରୁଥିଲେ । ଗତ କିଛିଦିନ ତଳେ ଏକ ସାମ୍ବାଦିକଙ୍କୁ ବାନ୍ଧିବା ଲାଗି ଯେପରି ମୁଖ୍ୟମନ୍ତ୍ରୀ ତତ୍ପରତା ପ୍ରକାଶ କରିଥିଲେ ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । କିନ୍ତୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ୨୯୫(କ) ଧାରା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଧାର୍ମିକ ଏବଂ ଅପରାଧିକ ଷଡଯନ୍ତ୍ର କରିଥିବା ବଡ ଅପରାଧୀ  ।

ପୂର୍ବରୁ ପ୍ରଭୃ ଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ଘଟଣାରେ ମୁଖ୍ୟମନ୍ତ୍ରୀ ୩ଟି କମିସନ ବସାଇ ବିଫଳ ହୋଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନ ବସାଇବାପରେ ବି ଜିଳ୍ଲାପାଳ ଏକ ନକଲି ଚାବି ଦେଖାଇ ଘଟଣାକୁ ଚାପି ଦେଇଥିଲେ । ଦାରୁ କିଣା ନେଇ ମହା ଡିଲ୍ ହୋଇଛି ବୋଲି କୃଷ୍ଣ ମହାରଣା ଆଣିଥିବା ଅଭିଯୋଗ ଯଦି ସତ ତେବେ ସେହି ଷଡଯନ୍ତ୍ରକାରୀ କିଏ ତାହା ସ୍ପଷ୍ଟ ହେବା ଦରକାର । ଦାରୁ ଡିଲର ଯୋଗ ସୂତ୍ରଧାରୀ କିଏ ଏବଂ କିଏ ଦାରୁ ପାଇଁ ଅର୍ଥ ଦେଇଥିଲେ ଏହାର ଅନୁସନ୍ଧାନ କରିବା ପାଇଁ ଏକ ନିରପେକ୍ଷତଦନ୍ତ କମିଟିର ଆବଶ୍ୟକତା ରହିଛି ।  ଦାରୁ ଡିଲ୍ ଷଡଯନ୍ତ୍ରରେ ଉଭୟ ଧାର୍ମିିକ ଏବଂ ଅର୍ଥନୈତିକ ଅପରାଧ ସ୍ପଷ୍ଟ ବାରି ହେଉଛି । ଆଗାମୀ ଦିନରେ ଏହି ଷଡଯନ୍ତ୍ର ବିରୁଦ୍ଧରେ ରାଜ୍ୟ ବିଜେପି କାର୍ଯ୍ୟକର୍ତାମାନେ ଜନତାଙ୍କ ପାଖକୁ ଯାଇ ନବୀନ ସରକାରଙ୍କ ବ୍ୟଭିଚାର ଶାସନର ଗୁମରକୁ ଘରେ ଘରେ ପହଂଚାଇବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା