Connect with us

ଓଡିଶା

ଦାମ ଗଢ଼ିବେ ଦଳ, ନାମ ଦେଇପାରନ୍ତି ‘ବିଜୁ ସମତାକ୍ରାନ୍ତି ଦଳ’

ସାଙ୍କେତିକ ଚିତ୍ର

ଦାମ ଗଢ଼ିବେ ଦଳ, ନାମ ଦେଇପାରନ୍ତି ‘ବିଜୁ ସମତାକ୍ରାନ୍ତି ଦଳ’
ପାରାଦୀପ:- ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ନେତା ଦାମଦୋର ରାଉତ ନିଜର ନୂଆ ଦଳର ନାମକରଣ ନେଇ ଶନିବାର ସମ୍ୟକ ସୂଚନା ଦେଇଛନ୍ତି । ପାରାଦୀପରେ ସ୍ଥାନୀୟ ଗଣମାଧ୍ୟମକୁ ଦାମ କହିଛନ୍ତିଯେ, ତାଙ୍କ ଦଳର ନାମ ‘ବିଜୁ ସମତାକ୍ରାନ୍ତି ଦଳ’ ସେ ପ୍ରସ୍ତାବ ଦେଇଛନ୍ତି କିନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏହାରି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ । କେଉଁମାନେ ନିଷ୍ପତି ନେବେ ସେ ତାହା ପ୍ରକାଶ କରିନଥିଲେ । ଏତଦବ୍ୟତିତ ସେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ କଡା ମନ୍ତବ୍ୟ ଦେବେକୁ ମଧ୍ୟ ପଛାଇ ନାହାନ୍ତି । ପ୍ରତାପ ଜଣେ ନିମ୍ନ ମାନସିକତାର ବ୍ୟକ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏ ସମସ୍ତେ ମେଳି ବାନ୍ଧିଲେ ମଧ୍ୟ ମୋ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ।
ସୂଚନାଯୋଗ୍ୟଯେ , ବେଳେ ବେଳେ ତାଙ୍କ ବିବୃତି ଓ ସାକ୍ଷାତକାର ବିବାଦୀୟ ହୋଇଯାଏ । ଏକଦା ଦାମ ରାଉତ ବ୍ରାହ୍ମଣଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ମଧ୍ୟ ସମାଲୋଚନା ପରିସରକୁ ଆସିଥିଲେ । ଫଳରେ ଦାମଙ୍କ ମନ୍ତବ୍ୟ ପ୍ରତିବାଦରେ ପୁରୀ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିଭଳି ଗଞ୍ଜାମରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା