Connect with us

ଓଡିଶା

ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ : ମୁଖ୍ୟମନ୍ତ୍ରୀ

ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ : ମୁଖ୍ୟମନ୍ତ୍ରୀ

ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୯ : ଦଳ ବିରୋଧି କାର୍ଯ୍ୟ ପାଇଁ ଡ. ଦାମୋଦର ରାଉତଙ୍କୁ ବହିଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଡ. ରାଉତଙ୍କୁ ଦଳରୁ ବହିଷ୍କୃତ କରାଯିବା ଘଟଣାରେ କଂଗ୍ରେସ ଏବଂ ବିଜେପି ଦଳ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହା ବିଜେଡ଼ିର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ହେଁ ଦାମବାବୁ ଯେଉଁ ଅଭିଯୋଗ କରିଛନ୍ତି ସେ ଅଭିଯୋଗ ଯଦି ସତ୍ୟ ହୋଇଥାଏ ତାହା ସାଂଘାତିକ । ଏଥିରେ ରାଜ୍ୟର ସ୍ୱାର୍ଥ ଜଡ଼ିତ ଅଛି । ଯଦି ସରକାର ଏହା ମିଛ ବୋଲି କହୁଛନ୍ତି ସତ୍ୟାସତ୍ୟ ଜାଣିବା ପାଇଁ ତା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ ପୂର୍ବତନ ସାଂସଦ ତଥା ବିଜେଡ଼ି ଦଳରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡା ଆଜି ଡ. ରାଉତଙ୍କର ସରକାରୀ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଏବଂ କିଛି ସମୟ ଧରି ଆଲୋଚନା ମଧ୍ୟ କରିଥିଲେ । ମାତ୍ର ଏହି ଆଲୋଚନା ରାଜନୈତିକ ନଥିଲା । ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଛନ୍ତି । ଏବେ ରାଜନୀତିକୁ ବହୁ ଦୁର୍ନୀତିଗ୍ରସ୍ତ ଲୋକ ଆସୁଛନ୍ତି । ସେମାନଙ୍କୁ ଦଳରେ କେମିତି ନିଆଯାଉଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଶ୍ରୀ ପଣ୍ଡା ଦାମବାବୁଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ।

ସେ କହିଥିଲେ ଯେ, ଏବେ ଅଭିଯୋଗକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବିଜେଡ଼ି ଯେଉଁ ଆଦର୍ଶ ଓ ଉଦ୍ଦେଶ୍ୟରେ ଗଠନ ହୋଇଥିଲା ସେ ଆଦର୍ଶ ଧୂଳିସାତ୍ ହୋଇଯାଇଛି । ଯେଉଁ ଦଳକୁ ନେଇ ଗର୍ବ କରାଯାଉଥିଲା ସେ ଦଳ ଆଉ ଏବେ ନାହିଁ । ଦାମବାବୁ ହେଉଛନ୍ତି ବିଜୁ ବାବୁଙ୍କର ଜଣେ ପ୍ରକୃତ ଅନୁଗତ । ଦାମବାବୁଙ୍କ ସମେତ ଦଳର ଅନୁଗତ ମାନଙ୍କୁ ଜଣକ ପରେ ଜଣେ ଦଳରୁ ବିଦା କରିଦିଆଯାଉଛି । ବର୍ତମାନ ଦଳରେ ଆଉ କେହି ବିଜୁ ବାବୁଙ୍କର ସମର୍ଥକ ରହିଲେ ନାହିଁ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା