Connect with us

ଓଡିଶା

ଦାମଙ୍କର ନୂଆ ଦଳ

image

ଦାମଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’
ଭୁବନେଶ୍ୱର,୨୩ା୧୧ : ବିଜେଡିରୁ ବିତାଡିତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ହେଉଥିବା ଆଲୋଚନାର ଅନ୍ତ ଘଟିଛି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ନୂଆ ଦଳ ଗଠନ ନେଇ ସେ ଘୋଷଣା କରିଛନ୍ତି । ଦଳର ନାଁ ରହିଛି ‘ବିଜୁ ସମତାକ୍ରାନ୍ତି ଦଳ’ । ଦଳର ନାଁ ସଂଶୋଧନ କରି ‘ବିଜୁ ସମତାକ୍ରାନ୍ତି ଦଳ’ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନବଗଠିତ ଦଳର ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ଖୋଦ ଦାମ ରହିବେ । ତେବେ ଦଳରେ କୌଣସି କର୍ମକର୍ତ୍ତା ରହିବେ ନାହିଁ ବୋଲି ଦାମ କହିଛନ୍ତି ।

ଖୁବଶୀଘ୍ର ଦଳରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଯୋଗ ଦେବା ନେଇ ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ଦାମଙ୍କ ଏହି ମନ୍ତବ୍ୟ ପରେ ହଠାତ୍ ଚର୍ଚ୍ଚାର ପରିସରକୁ ଆସିଥିଲେ ପ୍ରକାଶ ମିଶ୍ର । ତେବେ ଦାମଙ୍କ ଏହି ସୂଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଖୋଦ୍ ପ୍ରକାଶ । ରାଜନୀତିରେ ଯୋଗଦେବାର ମୋର କୌଣସି ଇଚ୍ଛା ନଥିବା ପ୍ରକାଶ କରିଛନ୍ତି । ଦାମଙ୍କ ଘୋଷଣାର କେଇ ମିନିଟ୍ ପରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଏ ନେଇ ତାଙ୍କୁ କେହି ସୂଚନା ଦେଇନାହାନ୍ତି । ଦଳରେ ମିଶିବା ନେଇ କାହା ସହ ତାଙ୍କର କଥା ହୋଇନାହିଁ । ରାଜନୀତିରେ ଯୋଗଦେବାର ମୋର କୌଣସି ଇଚ୍ଛା ନାହିଁ ବୋଲି ସେ କହିଛନ୍ତି ।

ନୂଆ ଦଳ ଘୋଷଣା କରିବା ପରେ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ରାଉତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । କୃଷି ସମସ୍ୟା, ବେକାରୀ ସମସ୍ୟା ଓ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ନେଇ ସମାଲୋଚନା କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରାଯିବା ‘ବିଜୁ ସମତାକ୍ରାନ୍ତି ଦଳ’ର ଲକ୍ଷ୍ୟ । ବିଶେଷତଃ ଦଳରେ ଯୁବକମାନଙ୍କୁ ଯୋଗଦେବା ନେଇ ଆହ୍ୱାନ କରାଯିବ ବୋଲି ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜ କିଶୋର ତ୍ରିପାଠୀ ଓ ଯଜେ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା