Connect with us

ଆମ ଖବର

ଦହି-ଆଳୁ

ସାଙ୍କେତିକ

ଦହି-ଆଳୁ
ସାମଗ୍ରୀ-: ଚୋପାଛଡା ସିଝା ଆଳୁ ୫୦୦ ଗ୍ରାମ, ଚୁନଚୁନା କଟା ହୋଇଥିବା ଅଦା ୧ ଟେବଲ ଚାମଚ, ଲୁଣ ୨ ଚାମଚ, ଲଙ୍କା ପାଉଡର ଅଧ ଚାମଚ, ହଳଦୀ ପାଉଡର ଅଧ ଚାମଚ, ଦହି ଅଧ କପ, କଞ୍ଚା ଲଙ୍କା ୪ଟା, ରିଫାଇନ୍ ତେଲ ୨ ଟେବଲ ଚାମଚ, କଟା ଧନିଆ ପତ୍ର ଅଳ୍ପ ଓ ଚିମୁଟାଏ ହେଙ୍ଗୁ ।
ପ୍ରସ୍ତୁତି-: ଆଳୁଗୁଡିକୁ ହାତରେ ଚାପି ଖଣ୍ଡ ଖଣ୍ଡ କରିଦିଅନ୍ତୁ । ଏହାପରେ କଡେଇରେ ତେଲ ଗରମ କରି ସେଥିରେ ହେଙ୍ଗୁ ଓ ଜୀରା ଫୁଟଣ କରନ୍ତୁ । ଫୁଟଣ କରିସାରିବା ପରେ ସେଥିରେ ଅଦା ପକାଇ ସାମାନ୍ୟ ଏପଟ ସେପଟ କରନ୍ତୁ । ଏଥର ଆଞ୍ଚ କମ୍ କରି ଦହି ପକାଇ ଭଲ କରି ଗୋଳାଇ ନିଅନ୍ତୁ ।

ଏହାପରେ ସେଥିରେ ଗରମ ମସଲା, ଧନିଆ, ଲୁଣ, ହଳଦୀ ଏବଂ ଲଙ୍କା ପାଉଡର ପକାଇ ଟିକେ କଷିଦେଇ ସେଥିରେ ଆଳୁ ଏବଂ କଞ୍ଚା ଲଙ୍କା ପକାନ୍ତୁ । ଟିକେ ଭାଜି ହୋଇଆସିଲା ପରେ ସେଥିରେ ଦୁଇ କପ୍ ପାଣି ମିଶାଇ ଆଞ୍ଚ କମ୍ କରି କିଛି ସମୟ ଫୁଟାନ୍ତୁ । ଶୁଖା ଶୁଖା ହୋଇଆସିଲେ ଆଞ୍ଚ ବନ୍ଦ କରି ଉପରେ ଧନିଆ ପତ୍ର ପକାନ୍ତୁ । ରୁଟି କିମ୍ବା ଭାତ ସହିତ ପରିବେଷଣ କରନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର