Connect with us

ଆମ ଖବର

ଦବାନାନା କଟ୍ଲେଟ୍

ସାଙ୍କେତିକ

ଦବାନାନା କଟ୍ଲେଟ୍
ସାମଗ୍ରୀ: ୩ଟି କଞ୍ଚା କଦଳୀ, ଗୋଟିଏ ଆଳୁ, ୧ ଚାମଚ ଆମଚୁର ପାଉଡର, ଅଧ ଚାମଚ ଚାଟ୍ ମସଲା, ୪ଟି କଞ୍ଚା ଲଙ୍କା, ଅଧ ଚାମଚ ଜୀରା ଗୁଣ୍ଡ, ୨ ଚାମଚ ସୁଜି ନ ହେଲେ ପାଉଁରୁଟି ଗୁଣ୍ଡ, ଏକ ଚାମଚ ତେଲ ଏବଂ ଆବଶ୍ୟକ ପରିମାଣର ଲୁଣ ।
ପ୍ରଣାଳୀ: କଦଳୀ ଏବଂ ଆଳୁରୁ ଚୋପା ଛଡାଇ ସିଝାଇ ଭଲ ଭାବେ ଚକଟି ନିଅନ୍ତୁ । ଏଥିରେ କଞ୍ଚା ଲଙ୍କା, ଲୁଣ, ଆମଚୁର ପାଉଡର, ଜୀରାଗୁଣ୍ଡ, ଚାଟ୍ ମସଲା ମିଶାଇ ହାତରେ ବଲ୍ ପରି ଗଢନ୍ତୁ । ପାଉଁରୁଟି ଗୁଣ୍ଡ ବା ସୁଜି ଉପରେ ଗଡାଇ ନେଇ ତେଲରେ ଭାଜି ନିଅନ୍ତୁ । ଗରମ ଥିବା ଅବସ୍ଥାରେ ଟମାଟୋ ସସ୍ ସହିତ ଖାଇବାକୁ ଦିଅନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହା ହିତକର ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର