Connect with us

ଅପରାଧ

ଥାନା ଭଙ୍ଗାରୁଜା ଘଟଣା: ଗିରଫ ପରେ ଜାମିନ୍ ପାଇଲେ ମହମ୍ମଦ ମୋକିମ l

ଥାନା ଭଙ୍ଗାରୁଜା ଘଟଣା: ଗିରଫ ପରେ ଜାମିନ୍ ପାଇଲେ ମହମ୍ମଦ ମୋକିମ l

ଥାନା ଭଙ୍ଗାରୁଜା ଘଟଣା: ଗିରଫ ପରେ ଜାମିନ୍ ପାଇଲେ ମହମ୍ମଦ ମୋକିମ l
ଭୁବନେଶ୍ୱର : କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ ପୋଲିସ୍ ଦ୍ୱାରା ଗିରଫ ହେବା ପରେ ଅପରାହ୍ନରେ ଜାମିନ୍ ପାଇଛନ୍ତି । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ କଟକ ଏସଡିଜେଏମ୍ ଏହି ଜାମିନ୍ ମଂଜୁର କରିଛନ୍ତି । ମୋକିମ୍ ଙ୍କ ବ୍ୟତୀତ କଟକ ନଗର କଂଗ୍ରେସର ଅନ୍ୟ ୧୭ ଜଣଙ୍କୁ ମଧ୍ୟ ଜାମିନ୍ ମିଳିଛି । ଜାମିନ୍ ପାଇବା ପରେ ମୋକିମ୍ କହିଛନ୍ତି ଯେ, ଧର୍ମର ଜୟ ହୋଇଛି, ଆଇନ୍ ବ୍ୟବସ୍ଥା ଉପରେ ବିଶ୍ୱାସ ଥିଲା । ପୋଲିସ୍ ଆକ୍ରୋଶମୂଳକ ଭାବେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଛି । ଦାମ ବାବୁଙ୍କ ବହିଷ୍କାର ପ୍ରସଙ୍ଗକୁ ଘୋଡାଇଦେବା ପାଇଁ ଏହି ଗିରଫଦାରୀ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି ।
କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ୍ ମହମ୍ମଦ ମୋକିମ ଓ ଅନ୍ୟ କର୍ମୀଙ୍କ ଘରେ ମଧ୍ୟ ପୋଲିସ୍ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆକ୍ରୋଶମୂଳକ ଭାବେ ମୋକିମଙ୍କୁ ଗିରଫ କରାଯାଇଛି । କନଷ୍ଟେବଲ୍ ଦୋଷ କଲେ କଣ ଏସପି ବନ୍ଧା ହେବେ କି ? ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଯେ କଟକ ଜିଲ୍ଲା କଂଗ୍ରେସର ଦୁଇ ନମ୍ବର ବ୍ଲକ୍ ଜୋନର ସଭାପତିଙ୍କୁ ପୋଲିସ ଗିରଫ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସେପ୍ଟେମ୍ବର ୧୧ ତାରିଖରେ ମୋକିମ୍ ଓ କଟକ ନଗର କଂଗ୍ରେସ କର୍ମୀମାନେ ପୁରୀଘାଟ ଥାନା ଘେରାଉ କରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ