Connect with us

ଓଡିଶା

ତୈଳଦର ବୃଦ୍ଧି ବିରୁଦ୍ଧରେ ବିଜେଡିର ପ୍ରତିବାଦ ସମୟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଫୁଟିଲା ଗୁଳି l

ତୈଳଦର ବୃଦ୍ଧି ବିରୁଦ୍ଧରେ ବିଜେଡିର ପ୍ରତିବାଦ ସମୟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଫୁଟିଲା ଗୁଳି l

ତୈଳଦର ବୃଦ୍ଧି ବିରୁଦ୍ଧରେ ବିଜେଡିର ପ୍ରତିବାଦ ସମୟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଫୁଟିଲା ଗୁଳି

ଭୁବନେଶ୍ୱର, ୭।୯: କେନ୍ଦ୍ର ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରୁଥିବାରୁ ଶୁକ୍ରବାର ଦିନ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିରୋଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜେଡିର ନେତାମାନେ ପ୍ରତିବାଦ କରିଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ପକ୍ଷରୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇଥିଲା ।

ଏହି ଅବସରରେ ଧଉଳି ଥାନା ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଫାଙ୍କା ଗୁଳି ଚାଳନା ହୋଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଗୁଳି ଚାଳନା କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିରୋଧୀଙ୍କ ପକ୍ଷରୁ କଟକ-ପୁରୀ ମୁଖ୍ୟ ରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରାଯାଇଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗୋଟିଏ ଗୋଷ୍ଠୀ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଟି ଆସି ପାଟିତୁଣ୍ଡ କରିବା ସହ ଗୁଳିମାଡ଼ କରିଥିଲା ।
ପ୍ରକାଶଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ନୀତି ପ୍ରତିବାଦରେ ୭ରୁ ୯ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟିଆ ପିକେଟିଂ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା