Connect with us

ଦେଶ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର

ସାଙ୍କେତିକ ଚିତ୍ର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର
ତେଲେଙ୍ଗାନା,୧୩ା୧୨ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ କେ.ଚନ୍ଦ୍ରଶେଖର ରାଓ (କେସିଆର) ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ର ମୁଖ୍ୟ ଭାବେ ସେ କ୍ରମାଗତ ଦ୍ୱିତୀୟଥର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସୂଚନା ଅନୁସାରେ, ତେଲେଙ୍ଗାନାରେ ୧୧୯ଟି ଆସନରୁ ୮୮ଟି ଆସନରେ ଟିଆର୍ଏସ୍ ବିଜୟ ଲାଭ କରିଛି । ରାଜ୍ୟପାଳ ଇଏସ୍ଏଲ୍ ନରସିଂହମ୍ କେସିଆରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥଗ୍ରହଣ ଉତ୍ସବରେ କେ.ଚନ୍ଦ୍ରଶେଖର ରାଓଙ୍କ ସହ ମହମ୍ମଦ ମେହମ୍ମୁଦ ଅଲ୍ଲି ମଧ୍ୟ ଶପଥ ନେଇଛନ୍ତି । ମହମ୍ମଦ କେସିଆରଙ୍କ ପୂର୍ବ ଶାସନ କାଳରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ବୁଧବାର ବିଧାୟକ ଦଳ ବୈଠକରେ କେସିଆରଙ୍କୁ ଦଳର ମୁଖ୍ୟ ଭାବେ ଚୟନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ