Connect with us

ଦେଶ

ତେଲେଙ୍ଗାନା ଅନରକିଲିଂ ପଛରେ ଆଇଏସ୍ଆଇ ଲିଙ୍କ୍ !

ତେଲେଙ୍ଗାନା ଅନରକିଲିଂ ପଛରେ ଆଇଏସ୍ଆଇ ଲିଙ୍କ୍ !

ତେଲେଙ୍ଗାନା ଅନରକିଲିଂ ପଛରେ ଆଇଏସ୍ଆଇ ଲିଙ୍କ୍ !
ନାଲଗୋଣ୍ଡା / ତେଲେଙ୍ଗାନା,୧୮ା୯ : ଅନ୍ୟ ଜାତିରେ ବିବାହ କରିଥିବା ଯୁବକକୁ ନିର୍ମମ ଭାବେ ହତ୍ୟା ପଛର ଘଟଣାର ରହସ୍ୟ ଖୋଲିଛି ବିହାର ପୋଲିସ । ହତ୍ୟା ପଛରେ ଆଇଏସ୍ଆଇ ଲିଙ୍କ୍ ଥିବା ବିହାର ପୋଲିସ ଦାବି କରିଛି । ହତ୍ୟା ପାଇଁ ୧ କୋଟି ଟଙ୍କାର ସୁପାରି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ବିହାର ପୋଲିସ ୭ଜଣଙ୍କୁ ଗିରଫ କରିଛି ।

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ମିରୟାଲଗୁଡା ଟାଉନ୍ରେ ୨୩ ବର୍ଷ ବୟସ୍କ ଇଞ୍ଜିନିୟର ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ହଠାତ୍ ପଛପଟରୁ ଜଣେ ବ୍ୟକ୍ତି ଏକ ଧାରୁ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ପ୍ରଣୟଙ୍କ ମୃତ୍ୟୁ ଘଟିଥିଲା । ହସ୍ପିଟାଲ ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି । ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ ସମୟରୁ ପ୍ରେମ ସମ୍ପର୍କ ଥିଲା । ପ୍ରଣୟ ଅନୁସୂଚିତ ଜାତିର ହୋଇଥିବା ବେଳେ ଅମୃତା ବୈଶ୍ୟ ଜାତିର । ଦୁଇ ପକ୍ଷର ପରିବାର ଏହି ବିବାହକୁ ବିରୋଧ କରୁଥିଲେ । ପରବର୍ତ୍ତୀ ସମୟରେ ପ୍ରଣୟଙ୍କ ପରିବାର ବିବାହକୁ ଅନୁମତି ଦେଇଥିଲେ ମଧ୍ୟ ଅମୃତାଙ୍କ ପରିବାର ବିବାହ ସପକ୍ଷରେ ନଥିଲେ । ବିରୋଧ ସତ୍ତେ୍ୱ ପ୍ରଣୟ ଓ ଅମୃତା ଗତ ଜାନୁଆରୀ ମାସରେ ବିବାହ କରିଥିଲେ । ଏହି ଘଟଣା ପାଇଁ ଅମୃତା ତାଙ୍କ ବାପା ଓ ଦାଦାଙ୍କୁ ଦାୟୀ କରିଛନ୍ତି । ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଦାଦା ଶ୍ରବଣ ରାଓଙ୍କୁ ପୋଲିସ ଗିରଫ କରିଥିଲା । ମାରୁତିଙ୍କ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିଲା । ତେଣୁ ଏହି ବିବାହକୁ ରୋକିବା ପାଇଁ ମାରୁତି ପ୍ରଣୟଙ୍କ ପରିବାର ଉପରେ ରାଜନୈତିକ ଚାପ ପକାଉଥିବା ଅମୃତା ପୋଲିସ ଆଗରେ କହିଥିଲେ ।

ଶାସକ ଟିଆର୍ଏସ୍ ଜଣେ ନେତା ପ୍ରଣୟଙ୍କ ପରିବାରକୁ ଧମକାଇଥିବା ମଧ୍ୟ ଅମୃତା କହିଛନ୍ତି । ମାରୁତିଙ୍କ ରିୟଲ ଇଷ୍ଟେଟ୍ ବ୍ୟବାୟ ଥିବା ବେଳେ ସେହି ଅଞ୍ଚଳରେ ତାଙ୍କର ପ୍ରତିପତ୍ତି ରହିଛି । ତେଣୁ ସ୍ଥାନୀୟ ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କୁ ପୋଲିସ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତ ଆଧାରରେ ଏହି ହତ୍ୟା ପାଇଁ ସୁପାରି ଦିଆଯାଇଥିବା ପୋଲିସ ଅନୁମାନ କରିଥିଲା । ଅଧିକ ଖୋଳତାଡ କରିବା ପରେ ବିହାରର ଏକ ଗ୍ୟାଙ୍ଗକୁ ସୁପାରି ଦିଆଯାଇଥିବା ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ ତେଲେଙ୍ଗାନା ପୋଲିସ ବିହାର ପୋଲିସ ସହିତ ଯୋଗାଯୋଗ କରିବା ପରେ ବିହାର ପୋଲିସ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି ।

ହତ୍ୟା ପାଇଁ ୧ କୋଟି ଟଙ୍କା ଦେବାକୁ ଚୁକ୍ତି ହୋଇଥିବା ବେଳେ ୧୮ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ପୋଲିସ କହିଛି । ଏପରିକି ଏହି ଗ୍ୟାଙ୍ଗର ଆଇଏସ୍ଆଇ ସହିତ ଲିଙ୍କ୍ ଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଛି । ୨୦୦୩ରେ ଗୁଜୁରାଟର ପୂର୍ବତନ ମନ୍ତ୍ରୀ ହରେନ୍ ପାଣ୍ଡ୍ୟାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ପରେ ଛାଡି ଦିଆଯାଇଥିଲା । ତେଲେଙ୍ଗାନାର ହତ୍ୟା ପଛରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସମ୍ପୃକ୍ତ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ