Connect with us

Uncategorized

ତେଲେଙ୍ଗାନାର ବିଧାନସଭା ଭଙ୍ଗ l

ତେଲେଙ୍ଗାନାର ବିଧାନସଭା ଭଙ୍ଗ l

ହାଇଦ୍ରାବାଦ,୬।୯: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମନ୍ତ୍ରୀମଣ୍ଡଳର ଏକ ଜରୁରିକାଳୀନ ବୈଠକ ଡକାଇ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ବିଧାନସଭା ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିଲେ ଓ ରାଜ୍ୟପାଳ ଏହାକୁ ଗ୍ରହଣ କରି ନେଇଥିଲେ ।

ଏହାପରେ ରାଜ୍ୟପାଳ କେ ଚନ୍ଦ୍ରଶେଖର ରାଓଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ସହିତ ତେଲେଙ୍ଗାନା ରାଜ୍ୟର ନିର୍ବାଚନ କରାଇବାପାଇଁ ବିଧାନସଭାକୁ ଭଙ୍ଗ କରାଯାଇଅଛି l

Click to comment

Leave a Reply

Your email address will not be published. Required fields are marked *

More in Uncategorized