Connect with us

ଓଡିଶା

ତୃତୀୟ ଅଟଳ ସମ୍ମାନରେ ସମ୍ମାନୀତ ହେଲେ ସମାଜସେବୀ ବୃନ୍ଦାବନ କଳସ

ସାଙ୍କେତିକ

ତୃତୀୟ ଅଟଳ ସମ୍ମାନରେ ସମ୍ମାନୀତ ହେଲେ ସମାଜସେବୀ ବୃନ୍ଦାବନ କଳସ
ଓଡିଶାକୁ ଆଗକୁ ନେବାରେ ସ୍ୱର୍ଗତଃ ଅଟଳଜୀଙ୍କ ଅବଦାନ ଅତୁଳନୀୟ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର :- ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ ତମ ଜନ୍ମ ଦିବସ ପାଳନ ସହ ତୃତୀୟ “ଅଟଳ ସମ୍ମାନ – ୨୦୧୮” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ବରିଷ୍ଠ ସମାଜସେବୀ ଶ୍ରୀ ବୃନ୍ଦାବନ କଳସଙ୍କୁ ତୃତୀୟ “ଅଟଳ ସମ୍ମାନ -୨୦୧୮” ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିପରି ବିଶିଷ୍ଟ କବି ଶ୍ରୀ ବିପିନ ରାଉତଙ୍କୁ ଦ୍ୱିତୀୟ “ଅଟଳ କବିତା ସମ୍ମାନ -୨୦୧୮” ରେ ସମ୍ମାନୀତ କରାଯାଇଛି । ଶ୍ରୀ ରାଉତ ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ରମେଶ ଗାନ୍ଧୀଙ୍କୁ ତୃତୀୟ “ଅଟଳ ସମାଜସେବୀ ସମ୍ମାନ -୨୦୧୮” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।
ସ୍ବର୍ଗତ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ସହ ଏକ ଲୋକପ୍ରିୟ ନେତା ଥିଲେ । ଓଡିଶାର ମହାବାତ୍ୟା ପରେ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଳୱ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା ବୋଲି ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ସାଂସ୍କୃତିକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପଂଚାନନ ନାୟକ , ସଂଗୀତକାର ମନ୍ମଥ ମିଶ୍ର, ଅଭିନେତା ଅଶ୍ରୁମୋଚନ ମହାନ୍ତି, ଅର୍ଚ୍ଚନା ବେହେରା ଓ ସଂଜୀବ ମିଶ୍ର ପ୍ରମୁଖ ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା