Connect with us

ଓଡିଶା

ତାତିରେ ୧ ନମ୍ବର ଭୁବନେଶ୍ୱର

ସାଙ୍କେତିକ

ଭୁବନେଶ୍ୱର ତାତିରେ ୧ ନମ୍ବର
ଭୁବନେଶ୍ୱର, ୧୭ ଅପ୍ରେଲ – ଲଗାତର ଦୁଇଦିନ ଧରି ରାଜ୍ୟର ତାପମାତ୍ରା ଏତେ ଅଧିକ ମାତ୍ରାରେ ବଢ଼ିଯାଇଛି ଯେ, ଅସହ୍ୟ ଗରମରୁ ରାଜଧାନୀବାସୀ ମୁକୁଳିବା କଷ୍ଟ ହୋଇପଡ଼ିଛି । ୪୧.୭ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତପ୍ତ ସହର ହୋଇଛି । ରାଜ୍ୟର ମୋଟ ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ୪୧.୧ ଡିଗ୍ରୀ ରହିଥିଲା ବେଳେତ୍ତ୍ୱ ଟିଟିଲାଗଡ଼ରେ ୪୧, ମାଲକାନଗିରିରେ ୪୦.୫ ଡିଗ୍ରୀ ତାପମାତ୍ରା ରହିଛି । ସେହପରି ସୁନ୍ଦରଗଡ଼, ଭବାନୀପାଟଣା ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ କଟକର ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ଗତକାଲି ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ଥିଲା ୪୩.୭ ଡିଗ୍ରୀ ରେକର୍ଡ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା