Connect with us

ଆଞ୍ଚଳିକ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ସାଙ୍କେତିକ

ମରୁଡ଼ି ସହାୟତା ମିଳିନଥିବାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ
ବୌଦ୍ଧ, ୨ ଫେବୃଆରୀ -୨୦୧୭ ମସିହାରେ ବୌଦ୍ଧ ଜିଲ୍ଲାରେ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଥିବାବେଳେ ସରକାରଙ୍କ ପକ୍ଷରୁ ଚାଷର କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ତେବେ ଏହି କ୍ଷତିପୂରଣ ପାଇବାରେ ଏଯାଏ ଅନେକ ଗ୍ରାମ ବାଦ୍ ପଡିଥିବାରୁ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଓ ତହସିଲ ଅଫିସ ଦଉଡି ଦଉଡି ନୟାନ୍ତ ହୋଇସାରିଲେଣି । ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ଶତାଧିକ ଚାଷୀ ଏହି ମରୁଡ଼ି ସହାୟତା ପାଇବାରୁ ବଂଚିତ ହୋଇ ବୌଦ୍ଧ ତହସିଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଚାଷୀମାନେ ତହସିଲ ଅଫିସ ଘେରାଉ କରିଥିଲେ । ତେବେ ତହସିଲଦାର ଆସନ୍ତା ୭ ତାରିଖ ମଧ୍ୟରେ ମରୁଡ଼ି ସହାୟତା ପ୍ରଦାନ କରାଯିବାକୁ ଲିଖିତ ପ୍ରତିଶୃତି ଦେବାପରେ ବିକ୍ଷୋଭକାରୀମାନେ ଶାନ୍ତ ପଡିଥିଲେ ।
ସେହିପରି ସୁବର୍ଣ୍ଣପୁୁର ଗ୍ରାମକୁ ୩ ମାସ ହେଲା ପାନୀୟ ଜଳ ଯୋଗାଣ ହୋଇପାରୁନଥିବାରୁ ଚାଷୀମାନେ ଜଳ ଓ ପରିମଳ ମିଶନ କାର୍ଯ୍ୟ।।ଳୟକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିିଯୋଗ କରିଥିଲେ । ତେବେ ବିଦ୍ୟୁତ ଟ୍ରାନସଫରମର ପୋଡି ଯାଇଥିବାରୁ ଓ ସ୍ଥାନୀୟ ପଂଚାୟତ ପକ୍ଷରୁ ନିଯୁକ୍ତ ପମ୍ପ ମେକାନିକ ଠିକ୍ ଭାବରେ କାର୍ଯ୍ୟ କରୁନଥିବାରୁ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ ସୂୂଚନା ଦିଆଯାଇଛି । ଟ୍ରାନସଫରମର ମରାମତି ପରେ ଉକ୍ତ ଗ୍ରାମକୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛିି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ