Connect with us

ଅପରାଧ

ଢେଙ୍କାନାଳ ହାତୀ ମୃତ୍ୟୁ ମାମଲା:- ୫ କୋଟି ଦେବ ସେସୁ

ସାଙ୍କେତିକ

ଢେଙ୍କାନାଳ ହାତୀ ମୃତ୍ୟୁ ମାମଲା
ଜରିମାନା ବୃଦ୍ଧି କଲା ଏନଜିଟି
୫ କୋଟି ଦେବ ସେସୁ
ନୂଆଦିଲ୍ଲୀ,୨୦ା୧୨ : ଢେଙ୍କାନାଳ କମଳାଙ୍ଗ ହାତୀ ମୃତ୍ୟୁ ମାମଲାରେ ପୁଣି ଥରେ ସେସୁକୁ ଏକ ଝଟକା ଲାଗିଛି । ସେସୁ ଉପରେ ଲାଗିଥିଲା ଜରିମାନା ରାଶିକୁ ବୃଦ୍ଧି କରିଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) । ବେପରୁଆ ମନୋଭାବ ରଖିଥିବା ସେସୁକୁ ପୁଣି ୪ କୋଟି ଟଙ୍କାର ଜରିମାନା ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ପୁଣିଥରେ ଢେଙ୍କାନାଳ କମଳାଙ୍ଗ ହାତୀ ମୃତ୍ୟୁ ମାମଲାରେ ଗୁରୁବାର ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠରେ ଶୁଣାଣୀ ହୋଇଛି ।

ଏନଜିଟି ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଦେଇଥିବା ରିପୋର୍ଟକୁ ଆଧାର କରି ପୂର୍ବରୁ ସେସୁ ଉପରେ ଲାଗିଥିବା ଜରିମାନା ରାଶିକୁ ବୃଦ୍ଧି କରିଛନ୍ତି । ସେସୁ ଉପରେ ଲାଗିଥିବା ଜରିମାନା ରାଶି ଯଥେଷ୍ଟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ସେଥିପାଇଁ ସେସୁ ଅତିରିକ୍ତ ୪ କୋଟି ଦେବ ଏବଂ ଏହି ଅର୍ଥ ରାଶି ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗକୁ ଯିବ । ଏହାକୁ ମିଶାଇ ମୋଟ ୫ କୋଟି ଦେବ ସେସୁ । ଏହାକୁ ତୁରନ୍ତ ଦାଖଲ କରିବାକୁ ଏନଜିଟି କହିଛନ୍ତି । ହାତୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେହ ଯୋଜନାରେ ଏହି ଅର୍ଥ ରାଶିକୁ ବିନିଯୋଗ କରାଯିବ ବୋଲି ଏନଜିଟି କହିଛନ୍ତି । ଏହାସହିତ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତା’ର ଏକ ରିପୋର୍ଟ ରାଜ୍ୟ ପରିବେଶ ବିଭାଗ ପ୍ରତି ତିନି ମାସରେ ଥରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟକୁ ଦେବ ବୋଲି ଏନଜିଟି କହିଛନ୍ତି ।

ସୂଚନାଥାଉ କି, ଗତ ଅକ୍ଟୋବର ୨୬ ତାରିଖ ରାତିରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ବନ ବିଭାଗ ସେସୁକୁ ଦାୟୀ କରିଥିଲା । ଏନଜିଟି ନିଜ ଆଡୁ ମାମଲା ରୁଜୁ କରି ଗତ ଅକ୍ଟୋବର ୩୦ରେ ଶୁଣାଣି କରି ସେସୁକୁ ୧ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଏନଜିଟିର ୪ଜଣିଆ ଟିମ୍ ଢେଙ୍କାନାଳ ଗସ୍ତ କରି ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ